Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୋକିମଙ୍କ ପାଇଁ ବାପି ସର୍ଖେଲଙ୍କ ମେଳି

    Share on :
    ajab-Image
    Date: Oct 30, 2019    Views: 2670

    ଭୁବନେଶ୍ୱର:  ଯାହା ଆଶଙ୍କା କରାଯାଉଥିଲା ତାହା ସତରେ ପରିଣତ ହୋଇଛି । ପିସିସି ସଭାପତି ନରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ କଂଗ୍ରେସର କେତେକ ବିଦ୍ରୋହୀ ନେତା ଯୋଜନା କରିଛନ୍ତି । ଏନେଇ ଆମେ ମଧ୍ୟ ଆକଳନ କରିଥିଲୁ । ସଦ୍ୟତମ ସୂଚନା ଅନୁଯାୟୀ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ   ପିସିସି ସଭାପତି କରିବାକୁ  କେତେକ କଂଗ୍ରେସ ନେତା ମେଳି ବାନ୍ଧିଛନ୍ତି । କଂଗ୍ରେସ ନେତା ବାପି ସର୍ଖେଲଙ୍କ ଆବାହକତ୍ୱ ଓ  ମୋକିମଙ୍କ ପ୍ରଚ୍ଛନ୍ନ ସହଯୋଗରେ ନିରଞ୍ଜନ ବିଦ୍ରୋହୀମାନଙ୍କୁ ଏକାଠି କରାଯାଇଛି । ଦୀପାବଳି ପରେ ନିରଞ୍ଜନ ପିସିସି ପୁନର୍ଗଠନ କରିବେ ବୋଲି ଯୋଜନା କରିଥିବାବେଳେ ଏହାକୁ ପଣ୍ଡ କରିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଯାଇଛି । ନଭେମ୍ବର ପ୍ରଥମ ସପ୍ତାହରୁ ହିଁ କଂଗ୍ରେସ ନେତାଙ୍କ ଦିଲ୍ଲୀ ଦୌଡ଼ ଆରମ୍ଭ  ହେବ ବୋଲି ସଂକେତ ମଧ୍ୟ ମିଳିଛି । 
    ପୁଣି ରାଜ୍ୟ କଂଗ୍ରେସକୁ ଡେଇଁଲା ପୁରୁଣା ରୋଗ । ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ  ମେଳି ବାନ୍ଧିଛନ୍ତି ନେତା । ଏନେଇ କଂଗ୍ରେସ ନେତା ବାପି ସର୍ଖେଲଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ପାନ୍ଥ ନିବାସରେ ଅନୁଷ୍ଠିତ ଉକ୍ତ ବୈଠକରେ ବହୁ ନେତା ଏକାଠି ହୋଇଥିଲେ ।  ଏହି ଅବସରରେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ପଦରୁ ହଟାଇ ତାଙ୍କ ସ୍ଥାନରେ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ନିଯୁକ୍ତ କରିବାକୁ  ଦାବି କରାଯାଇଥିଲା ।  କାରଣ ନିରଞ୍ଜନ ପଟ୍ଟନାୟକ ଦଳକୁ ସଠିକ ନେତୃତ୍ୱ ଦେଇପାରୁନଥିବା ନେତାମାନେ ଅଭିଯୋଗ  କରିଛନ୍ତି ।  ଏନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟି ଦାବି ଜଣାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । 

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook