Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ‘ବିଜେଡି ନେତା ସୁପର ସ୍ପ୍ରେଡର’

    Share on :
    ajab-Image
    Date: Aug 2, 2020    Views: 5252

    ଭୁବନେଶ୍ୱର: କରୋନା ସମୟରେ ବିଜେଡି ନେତା ହେଉଛନ୍ତି ସୁପର ସ୍ପ୍ରେଡର । କରୋନା ମୁବାବିଲା ନେଇ ବିଜେଡିକୁ ସମାଲୋଚନା କରି ଏହା କହିଛନ୍ତି  ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ । 
    ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର କରୋନା ମୁବାବିଲା ପାଇଁ କୋଭିଡ କଟକଣା ଲଗାଇବା ସହ ସାମଜିକ  ଦୂରତାକୁ ଗୁରୁତ୍ୱ ଦେଉଥିବା କହୁଛନ୍ତି । ତେବେ ବିଜେଡି ନେତା ନିୟମ ଭାଙ୍ଗୁଛନ୍ତି । ଆଉ ତଳିଆ କର୍ମଚାରୀମାନେ ତାଙ୍କୁ  ସହଯୋଗ କରୁଛନ୍ତି ।  ତଳିଆ କର୍ମଚାରୀମାନେ ଜୀବନ ବଞ୍ଚାଇବା ବଦଳରେ ନିଜର  ଚାକିରି ବଞ୍ଚାଉଛନ୍ତି ।  ବାଙ୍କୀ ବିଧାୟକ ଶତାଧିକ ଲୋକଙ୍କୁ  ନେଇ ଜନ୍ମଦିନ ପାଳିଲେ ।  ଏନେଇ ଜିଲ୍ଲାପାଳଙ୍କୁ ଲେଖି ଅଭିଯୋଗ କଲେ ବି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ଅନ୍ୟପକ୍ଷରେ  କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ବିଜେପି ନେତାଙ୍କ ବିରୋଧରେ ମାମଲା ହେଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।  ତେବେ ବିଜେଡି ନେତାଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।  ଏହାଛଡ଼ା ବର୍ତ୍ତମାନ ଗଣମାଧ୍ୟମ ଗରିବ ଲୋକଙ୍କ ଆଖି କାନ ବୋଲି ସେ କହିଛନ୍ତି । 

    ଏଠାରେ ଉଲ୍ଲେଖ ଯୋଗ୍ୟ କରୋନା ମୁବାବିଲା ପାଇଁ ସାମାଜିକ ଦୂରତା ଓ ମାସ୍କ ପରିଧାନକୁ  ଗୁରୁତ୍ୱ ଦିଆଯାଉଛି । ଏହାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଏପରିକି ନିକଟରେ  ରାଜନେତାଙ୍କ ବିରୋଧରେ ସାମାଜିକ ଦୂରତାକୁ ଉଲ୍ଲଂଘନ କରିବା ଅଭିଯୋଗରେ ମାମଲା ମଧ୍ୟ ରୁଜୁ ହୋଇଥିବା ନଜିର ରହିଛି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook