Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଭେଙ୍କୟା ନାଇଡୁଙ୍କୁ ଚିଠି ଲେଖିଲା କଂଗ୍ରେସ, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Feb 12, 2021    Views: 3454

    ନୂଆଦିଲ୍ଲୀ: ଗୁଲାମ ନବି ଆଜାଦ୍‌ ବିଦାୟ ନେବା ପରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ହେବାକୁ ଯାଉଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ତାଙ୍କୁ ବିରୋଧୀ ଦଳର ନେତା ଭାବେ ନିଯୁକ୍ତି ଦେବା ଲାଗି ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁଙ୍କୁ କଂଗ୍ରେସ ପତ୍ର ଲେଖିଛି। ୭୮ ବର୍ଷିୟ କର୍ଣ୍ଣାଟକର ଦଳିତ ନେତା ଖଡ଼ଗେ ୨୦୧୪ ରୁ ୨୦୧୯ ପର୍ୟ୍ୟନ୍ତ ଲୋକସଭାରେ କଂଗ୍ରେସ ନେତା ଥିଲେ। ପୂର୍ବ ଏବଂ ଚଳିତ ଲୋକସଭାରେ ସମୁଦାୟ ଆସନ ସଂଖ୍ୟାର ୧୦% ଜନାଦେଶ ପାଇ ନ ଥିବାରୁ କଂଗ୍ରେସ ନିମ୍ନ ସଦନରେ ବିରୋଧୀ ଦଳ ନେତା ପଦବୀ ପାଇବାରୁ ବଞ୍ଚିତ ହୋଇଛି। ପୂର୍ବରୁ କ୍ରମାଗତ ୯ଥର ବିଧାନସଭା ଆସନରେ ବିଜୟୀ ହୋଇଥିବା ଖଡ଼ଗେ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନରେ କର୍ଣ୍ଣାଟକର ଗୁଲ୍‌ବର୍ଗା ଆସନରୁ ଉମେଶ ଯାଦବଙ୍କ ଠାରୁ ପରାଜିତ ହୋଇଥିଲେ। ପରେ ତାଙ୍କୁ କଂଗ୍ରେସର ରାଜ୍ୟସଭା ସାଂସଦ ଭାବେ ଚୟନ କରାଯାଇଥିଲା। ଜୁନ୍‌ ୨୦୨୦ରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।ନୂଆଦିଲ୍ଲୀ: ଗୁଲାମ ନବି ଆଜାଦ୍‌ ବିଦାୟ ନେବା ପରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ହେବାକୁ ଯାଉଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ତାଙ୍କୁ ବିରୋଧୀ ଦଳର ନେତା ଭାବେ ନିଯୁକ୍ତି ଦେବା ଲାଗି ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁଙ୍କୁ କଂଗ୍ରେସ ପତ୍ର ଲେଖିଛି।

    Maximum 500 characters

    ରାଜନୀତି View all

    Find Us on Facebook