ମୁଖ୍ୟ ଖବର
ପାଟନା : ବିହାରରେ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ କଂଗ୍ରେସ ଚିନ୍ତାରେ ପଡ଼ିଥିବାବେଳେ ଏବେ ପୁଣି ଏକ ଝଟକାର ଆଶଙ୍କା ପ୍ରକାଶ ପାଇଛି । କଂଗ୍ରେସର ଅଧାରୁ ଅଧିକ ବିଧାୟକ ଦଳ ଛାଡ଼ିବେ ବୋଲି ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଭରତ ସିଂହ ଦାବି କରିଛନ୍ତି ।
ଭରତ ସିଂହ କହିଛନ୍ତିଯେ, ଗତ ନିର୍ବାଚନରେ ସେମାନେ ଟଙ୍କା ଦେଇ ଟିକେଟ କିଣିଥିଲେ । ଏପରିକି ଦଳର ରାଜ୍ୟସଭା ସାଂସଦ ଅଖିଳେଶ ପ୍ରସାଦ ସିଂହ, ପିସିସି ସଭାପତି ମଦନ ମୋହନ ଝା ଓ ବରିଷ୍ଠ ନେତା ସଦାନନ୍ଦ ସିଂହ ବି ଦଳ ଛାଡ଼ିବେ ବୋଲି ସେ ଦାବି କରିଛନ୍ତି । ବିଶେଷକରି ଆରଜେଡ଼ି ସହ ମେଂଟ ନକରିବାକୁ କେତେକ କଂଗ୍ରେସ ନେତା ଦାବି କରିଥିଲେ । ଏହାଦ୍ୱାରା ଦଳ କ୍ଷତିଗ୍ରସ୍ତ ହେବବୋଲି ସତର୍କ କରାଯାଇଥିଲା । କିନ୍ତୁ ହାଇକମାଣ୍ଡଙ୍କ ନିଦେ୍ର୍ଧଶ ଅନୁସାରେ ଆରଜେଡ଼ି ସହ ମେଂଟ ହୋଇଥିଲା । ବିହାରରେ କଂଗ୍ରେସର ୧୯ ବିଧାୟକ ଥିବାବେଳେ ୧୧ ଜଣ ଦଳ ଛାଡ଼ିବେ ବୋଲି ଶ୍ରୀ ସିଂହ ଦାବି କରିଛନ୍ତି ।
Comments ସମସ୍ତ ମତାମତ