ମୁଖ୍ୟ ଖବର
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଂଗ୍ରେସ ନେତା ତିରୁପତି ପାଣିଗ୍ରାହୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେଇଛନ୍ତି । ଶ୍ରୀ ପାଣିଗ୍ରାହୀଙ୍କ ସମେତ ୧୩ ଜଣ କଂଗ୍ରେସ ନେତାଙ୍କ ଉପରୁ ପ୍ରତ୍ୟାହୃତ ହୋଇଛି ନିଲମ୍ବନ ଆଦେଶ । ରବିବାର ପିସିସି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଏସ ଗଜପତି ରାଓ, ବି.ବାଲରାଜୁ, ଟି.ନାଗେଶ୍ୱର ରାଓ, ଡିଭି.ରାଜୁ, ଏମ କି୍ରଷ୍ଣା ରାଓ, ଏସ ବାଲରାଜୁ, ଏସ.ଜୟମୋହନ ରାଓ ଓ କି୍ରଷ୍ଣା କୁମାର ବେହେରାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି । ସେହିପରି କାଶୀନଗର ବ୍ଲକର ଜି.ତିରୁପତି ରାଓ, ଅଖିଳ କୁମାର ପାତ୍ର, କେ.ସି.ଏଚ.ଡୋରା, ଏନ.ଜୀବରତ୍ନ, କେ.ରାମାରାଓଙ୍କ ଉପରେ ଅତୀତରେ ଜାରି ହୋଇଥିବା ନିଲମ୍ବନ ଆଦେଶକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରତ୍ୟାହାର କରି ନେଇଛନ୍ତି ।
Comments ସମସ୍ତ ମତାମତ