Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆନନ୍ଦପୁର: ଏନଏଚ ୨୦ର ବରପଦା ଛକରେ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଅଜା ଓ ନାତି ମୃତ

ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି

ବାଲେଶ୍ୱରରେ ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି:ନବୀନ

ପୋଲିସ ଗୁଳିରେ ପ୍ରାଣ ହରାଇଲା ନିସ୍ ଚର୍ଚ୍ଚ ଆତଙ୍କୀ

ପୁଲୱାମା ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ନେଇ ମନ୍ତ୍ରୀଙ୍କ ବଡ ଖୁଲାସା

୨ ତାରିଖରୁ ଖୋଲିବ ଏମ୍ସ ଓପିଡି

ଫ୍ରାନ୍ସ ଆକ୍ରମଣକୁ ନେଇ ମହାଥୀରଙ୍କ ବିବାଦୀୟ ବୟାନ

ଇଥାନଲର କ୍ରୟମୂଲ୍ୟ ବୃଦ୍ଧିକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ

banner

ରାଜନୀତି

ମୁଖ୍ୟ ଖବର

    ଉପନିର୍ବାଚନ : କଂଗ୍ରେସ ଘୋଷଣା କଲା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

    Share on :
    ajab-Image
    Date: Oct 18, 2020    Views: 2856

    ଭୁବନେଶ୍ୱର:  ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାରଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ପୂର୍ବତନ ସାଂସଦ ଭକ୍ତ ଦାସ, ପ୍ରଦୀପ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜିବୀ ବିଶ୍ୱାଳ, ଶରତ ରାଉତ, ରାଗିଣୀ ନାୟକ, ସୁସ୍ମିତା ଦେବ, ସୁଶୀଳା ତିରିଆ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସୁର ରାଉତରାୟ, ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ଗଣେଶ୍ୱର ବେହେରା ଭଳି ତୁଙ୍ଗ ନେତାଙ୍କୁ ଏହି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ।
    ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ଆସନରେ କଂଗ୍ରେସକୁ ବିଜୟ ଭେଟି ଦେବା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ନିରଞ୍ଜନଙ୍କ ଟିମ୍ । ସବୁଠୁ ବଡ କଥା ହେଉଛି ଉଭୟ ଆସନରେ କଂଗ୍ରେସରେ ସେଭଳି ଅସନ୍ତୋଷ ଦେଖିବାକୁ ମିଳିନଥିବା ବେଳେ ଭୋଟରଙ୍କ ପାଖରେ ପହଞ୍ଚି ସାରିଲେଣି ପ୍ରାର୍ଥୀ । ତିର୍ତ୍ତୋଲରୁ ହିମାଂଶୁ ଭୂଷଣ ମଲ୍ଲିକ ଓ ବାଲେଶ୍ୱର ସଦର ଆସନରୁ ମମତା କୁଣ୍ଡୁଙ୍କୁ ଦଳ ପ୍ରାର୍ଥୀ କରିଛି । ବାଲେଶ୍ୱର ଆସନରେ ବାଜି ମାରିବାକୁ ଦଳ ଖେଳିଛି ମହିଳା କାର୍ଡ । ଏସବୁ ଭିତରେ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ଆସନ୍ତା ୩ ତାରିଖରେ ଉଭୟ ଆସନରେ ଭୋଟ ଗ୍ରହଣ ହେବ । ସେହିପରି ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

     

    Maximum 500 characters

    ରାଜନୀତି View all

    Find Us on Facebook