ମୁଖ୍ୟ ଖବର
ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଜୈନିକା ନାବାଳିକାକୁ କଟକର ଚାଉଳିଆଗ ଥାନା ଅଧୀନସ୍ଥ ଗତିରାଉତପାଟଣାର ଏକ ପରିତ୍ୟକ୍ତ ଘରେ ୨୨ ଦିନ କାଳ ବନ୍ଦି କରି ରଖି ଗଣଦୁଷ୍କର୍ମ କରିବା ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ । ଆଜି ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ କଂଗ୍ରେସର ଏକ ୫ ଜଣିଆ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମଶନଙ୍କ ଉଦେ୍ଧଶ୍ୟରେ ରେଜିଷ୍ଟ୍ରାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କଂଗ୍ରେସ ପକ୍ଷରୁ ମୁଖପାତ୍ର ନିଶିକାନ୍ତ ମିଶ୍ର କରିଥିବା ଆବେଦନରେ ଘଟଣା ସଂପର୍କରେ ସବିଶେଷ ବିବରଣୀ ଅର୍ଥାତ୍ କେଉଁ ପରିସ୍ଥିତିରେ କ'ଣ ପାଇଁ ଏଭଳି ଘଟଣା ଘଟିଲା ଗୃହ ସଚିବ ପୋଲିସ ଡିଜିଙ୍କୁ ଜବାବ ମାଗିବା ପାଇଁ ଉଲ୍ଲେଖ କରିବା ସହିତ ତୁରନ୍ତ ପୀଡିତା ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ସାମାଜିକ ସୁରକ୍ଷାରେ ପରିବାରକୁ ସାମିଲ କରିବା ସହିତ ପୀଡିତା ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ତା'ର ସମସ୍ତ ଭରଣପୋଷଣ ଖର୍ଚ୍ଚ ଓ ମାଗଣା ଶିକ୍ଷା ଯୋଗାଇ ଦେବାକୁ ପିଟିସନ୍ରେ ଉଲ୍ଲେଖ କରାଯାଇଅଛି । ଏହି ପ୍ରତିନିଧି ଦଳରେ ଶ୍ରୀମତୀ ରଶ୍ମି ମହାପାତ୍ର, ଜିନେଶ ଦାସ ଓ ବିନ୍ଦୁଜା ଉପାଧ୍ୟାୟ ସାମିଲ ହୋଇଥିଲେ ।
Comments ସମସ୍ତ ମତାମତ