ମୁଖ୍ୟ ଖବର
ବାଲେଶ୍ୱର: କେନ୍ଦ୍ର ବିଜେପି ସରକାରଙ୍କର ଚାଷ ଓ ଚାଷୀ ବିରୋଧୀ ଆଇନ ବିରୁଦ୍ଧରେ ରାଜ୍ୟବ୍ୟାପି ଆନେ୍ଦାଳନକୁ ଜୋରଦାର କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ନିଷ୍ପତ୍ତି ନେଇଛି । ଏହି ଆନେ୍ଦାଳନରେ ସାଧାରଣ ଜନତାଙ୍କୁ ବିଶେଷ କରି ·ଷୀମାନଙ୍କୁ ଅଧିକ ସଂଖ୍ୟାରେ ଯୋଡ଼ିବାକୁ ଏକ ଅଭିନବ ମିସକଲ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ବାଲେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ପୂର୍ବତନ ଏମ୍ଏଲଏ ଯୋଗ ନାରାୟଣ ଦାସ ଓ ଟାଉନ କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କାଙ୍କ ଉପସ୍ଥିତିରେ ଏହି ମିସକଲ କାର୍ଯ୍ୟକ୍ରମର ପୋଷ୍ଟରକୁ ଉନ୍ମୋଚନ କରିଛନ୍ତି । ଏହା ମାଧ୍ୟମରେ ଯେଉଁମାନେ ଏହି ଆନେ୍ଦାଳନ ସହିତ ଯୋଡ଼ି ହେବାକୁ ·ହୁଁଛନ୍ତି ସେମାନେ ୭୪୦୬୩୪୩୩୩୦ ନମ୍ବରରେ ମିସ କଲ କଲେ ତାଙ୍କ ପାଖକୁ ପିସିସି ପକ୍ଷରୁ ମେସେଜ ଯିବା ସହିତ ସେମାନେ ଆନେ୍ଦାଳନରେ ସାମିଲ ହୋଇପାରିବେ । ଏତଦ ବ୍ୟତୀତ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ଉପରେ ଦସ୍ତଖତ ଅଭିଯାନ ମଧ୍ୟ ରାଜ୍ୟବ୍ୟାପି ·ଲୁଛି ଯାହା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପର୍ଯ୍ୟନ୍ତ ·ଲିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ରାଜ୍ୟ ବ୍ୟାପି ୧୦ଲକ୍ଷ ଦସ୍ତଖତ ସଂଗ୍ରହ କରାଯିବାର ଆହ୍ୱାନ ଦିଆଯାଇଛି ।
ପ୍ରକାଶ ଥାଉକି କେନ୍ଦ୍ର ସରକାର ସଂସଦର ଚଳିତ ମୌସୁମୀ ଅଧିବେଶନ ରେ ୩ଟି ·ଷୀ ବିରୋଧୀ ଆଇନକୁ ସଂସଦୀୟ ଗଣତନ୍ତ୍ରର ପରମ୍ପରାକୁ ପଦଦଳିତ କରି ଏହାକୁ ପାରିତ କରିଛନ୍ତି । ଏହି ଆଇନ ଦ୍ୱାରା ଚାଷ ଓ ଚାଷୀ ଭାଗ୍ୟ ପୁିପତି ଏବଂ କର୍ପୋରେଟ ହାଉସ ହାତକୁ ·ଲିଯିବ । ଛୋଟ, ନାମମାତ୍ର, ମଧ୍ୟମବର୍ଗ ଏବଂ ଭାଗ·ଷୀ ମାନେ ଏହାଦ୍ୱାରା ଗଭୀର ସଂକଟ ଭିତରକୁ ଠେଲି ହୋଇଯିବେ । ·ଷୀର ଫସଲ ଉପôାନଠୁ ଆରମ୍ଭ କରି ତା'ର ବିକି୍ରବଟା ଦେଶର ବଡ଼ ବଡ଼ ପୁଞ୍ଜିପତି ମାନଙ୍କ ନିୟନ୍ତ୍ରଣକୁ ·ଲିଯିବ । ମଣ୍ଡି ବା ସମବାୟ ସମିତି ମାଧ୍ୟମରେ ଚାଷୀମାନେ ଯେଉଁଭଳି ତାଙ୍କର ଉପôାଦିତ ଦ୍ରବ୍ୟକୁ ବିକ୍ରି କରିପାରୁଥିଲେ ତାହା କ୍ରମଶଃ ବନ୍ଦ ହୋଇଯିବ । ·ଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି କଂଗ୍ରେସ ସରକାର ପ୍ରଚଳନ କରିଥିଲା । ଯାହାଦ୍ୱାରା ଛୋଟ ·ଷୀମାନେ ବହୁଳ ଭାବରେ ଉପକୃତ ହେଉଥିଲେ । ଏହି ନୂଆ ଆଇନ ତାଙ୍କୁ ଉଚ୍ଛେଦ କରିବାର ଏକ ଷଡ଼ଯନ୍ତ୍ର । ଚାଉଳ, ଡାଲି, ତେଲ, ଆଳୁ, ପିଆଜ ଇତ୍ୟାଦିକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଭାବରେ ଆଉ ବି·ର କରାଯିବ ନାହିଁ । ଏହା ଫଳରେ ଉଭୟ ଚାଷୀ ଏବଂ ଖାଉଟି ପ୍ରଭାବିତ ହେବେ ଏବଂ ଏସବୁର ମୂଲ୍ୟ ଆକାଶ ଛୁଆଁ ହେବ । ଏହି କଳା ଆଇନ ବିରୁଦ୍ଧରେ ଦେଶର ୨୫୦ଟି ·ଷୀ ସଂଗଠନ ଜୋରଦାର ଆନେ୍ଦାଳନ ଆରମ୍ଭ କରିଛ"ି ଏବଂ କଂଗ୍ରେସ ଦଳ ମଧ୍ୟ ଏହା ବିରୁଦ୍ଧରେ ଦେଶବ୍ୟାପି ଆନେ୍ଦାଳନର ଡାକରା ଦେଇଛି । ଅନୁରୂପ ଭାବରେ ଶ୍ରମ ଆଇନର ସଂସ୍କାର ନାମରେ ପୂର୍ବର ଶ୍ରମ ଆଇନ ଗୁଡ଼ିକୁ ଉଚ୍ଛେଦ କରାଯାଇ ଲେବର କୋର୍ଡ ବିଜେପି ସରକାର ପ୍ରଚଳନ କରୁଛନ୍ତି ଯାହା ଶ୍ରମିକ ବିରୋଧି । ଶ୍ରମିକ ମାନଙ୍କର ସର୍ବନିମ୍ନ ଅଧିକାର ସବୁକୁ ଏହା କ୍ଷୂର୍ଣ୍ଣ କରିବ ଏବଂ ପୁଞ୍ଜିପତିମାନଙ୍କୁ ସୁହାଇବ । ତେଣୁ ତା' ବିରୁଦ୍ଧରେ ମଧ୍ୟ ଆନେ୍ଦାଳନକୁ ତୀବ୍ର କରିବାପାଇଁ କଂଗ୍ରେସ ଡାକରା ଦେଇଛି ।
Comments ସମସ୍ତ ମତାମତ