Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଏକଜୁଟ ହୋଇ କାମ କଲେ କଂଗ୍ରେସ ଶାସନକୁ ଫେରିବ

    Share on :
    ajab-Image
    Date: Oct 8, 2020    Views: 3677

    ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ଏ ଚେଲ୍ଲାକୁମାରଙ୍କୁ କଂଗ୍ରେସ ଭବନରେ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବର୍ଦ୍ଧନାର ଉତ୍ତରରେ ନୂଆ ପ୍ରଭାରୀ କହିଛନ୍ତି ଯେ କଂଗ୍ରେସ ନେତୃବୃନ୍ଦ ନିଜ ନିଜ ଭିତରେ ମତପାର୍ଥକ୍ୟ ଭୁଲି ଏକଜୁଟ ହୋଇ କାମ କରନ୍ତୁ । ଏହା ଦ୍ୱାରା ରାଜ୍ୟ ତଥା ଦେଶରେ କଂଗ୍ରେସ ପୁଣି ଶାସନକୁ ଫେରିବ । 

    ନୂଆ ପ୍ରଭାରୀ କହିଥିଲେ ଯେ କଂଗ୍ରେସକୁ ଆଗେଇ ନେବା ପାଇଁ ଓ ଆଗାମୀ ଦିନରେ ରାହୁଲ ଗାନ୍ଧିଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ହେଲେ ଦଳୀୟ ସଂଗଠନ କିପରି ମଜବୁତ ହେବ ସେ ନେଇ ସମସ୍ତେ ଚିନ୍ତା କରନ୍ତୁ । ପିସିସି ସଭାପତି କିଏ ହେବ ସେ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଓଡ଼ିଶାରେ ସଂଗଠନକୁ ଦୃଢ଼ କରିବା ପାଇଁ ନିଃଶ୍ୱାର୍ଥପର ଭାବେ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ । ସଭାରେ ଅଧ୍ୟକ୍ଷତା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଗତ ଦିନରେ କଂଗ୍ରେସର ସାଂଗଠନିକ ପରିସ୍ଥିତି ଓ ଗତ ନିର୍ବାଚନରେ ବିପର୍ଯ୍ୟୟ ପ୍ରସଙ୍ଗରେ ପ୍ରଭାରୀଙ୍କୁ ଅବଗତ କରାଇଥିଲେ । ଦଳର ସମସ୍ତ ନେତୃବୃନ୍ଦ ଓ କର୍ମୀ ଏକଜୁଟ ହୋଇ ଉଦ୍ୟମ କଲେ ଆଗାମୀ ଦିନରେ କଂଗ୍ରେସ ଭ୍ରଷ୍ଟାଚାରୀ ସରକାରକୁ ପରାସ୍ତ କରିପାରିବ ବୋଲି ସେ କହିଥିଲେ । କଂଗ୍ରେସର ସାଂଗଠନିକ ପରିସ୍ଥିତିକୁ ଅନୁଧ୍ୟାନ କରି ଯଥାଶୀଘ୍ର କମିଟି ପୁନର୍ଗଠନ କରିବା ପାଇଁ ପ୍ରଭାରୀଙ୍କୁ ବରିଷ୍ଠ ନେତାମାନେ ଅନୁରୋଧ କରିଥିଲେ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ, ଚିରଞ୍ଜୀବୀ ବିଶ୍ୱାଳ, ପ୍ରଦୀପ ମାଝୀ, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ସପ୍ତଗିରି ଉଲ୍ଲାକା, ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ରମେଶ ଜେନା ଓ ଅଧିରାଜ ମୋହନ ପାଣିଗ୍ରାହୀ ପ୍ରମୁଖ ନୂଆ ପ୍ରଭାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook