Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛାତିରେ ଯନ୍ତ୍ରଣା ଯୋଗୁଁ କ୍ରିକେଟର କପିଳ ଦେବ ଦିଲ୍ଲୀ ଓଖାଲ ରୋଡ ସ୍ଥିତ ଫରଟିସ ଏସକର୍ଟସ ହାର୍ଟ ଇନଷ୍ଟିଚୁ୍ୟଟରେ ଭର୍ତ୍ତି କରାଯାଇଛି ।

banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରେ ଫେରାଦ ହେଲା କଂଗ୍ରେସ, ଜାଣନ୍ତୁ କାହିଁକି

    Share on :
    ajab-Image
    Date: Oct 1, 2020    Views: 4071

    ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳାଇବା ପାଇଁ ଲିଖିତ ଆକାରରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଶ୍ରୀ ରାଉତରାୟ ଅଭିଯୋଗ କରିଥିଲେ ଯେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଜନ୍ମସ୍ଥାନ ତିର୍ତୋଲ ନିର୍ବାଚନ ମଣ୍ଡଳୀର ଶଙ୍ଖେଶ୍ୱର ପଂଚାୟତରେ ଏବଂ ତାଙ୍କର ପିତା  ଶରତ ଚନ୍ଦ୍ର ମହାପାତ୍ର ଜନତା ଦଳର ଜଣେ ସ୍ଥାନୀୟ ନେତା ଥିଲେ ଏବଂ ୧୯୯୭-୯୭ ମସିହା ପର୍ଯ୍ୟନ୍ତ ଶଙ୍ଖେଶ୍ୱର ପଂଚାୟତର ସରପଂଚ ମଧ୍ୟ ଥିଲେ । ଏଣୁ ତିର୍ତୋଲ ଉପନିର୍ବାଚନରେ ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନାରେ ନିଶ୍ଚୟ ବାଧା ସୃଷ୍ଟି ହେବ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଯେହେତୁ ଜିଲ୍ଲାପାଳଙ୍କ ଘର ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବଂ ତାଙ୍କର ପରିବାର ଶାସକ ଦଳର ସମର୍ଥକ ଏହି ପରିସ୍ଥିତିରେ ଜିଲ୍ଲାପାଳ ଏହି ଉପନିର୍ବାଚନକୁ ନିଶ୍ଚୟ ପ୍ରଭାବିତ କରିବେ ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି । ସ୍ଥାନୀୟ ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କର ମଧ୍ୟ ଅଭିଯୋଗ ରହିଛି ଯେ ଭୋଟରମାନଙ୍କୁ ନିର୍ବାଚନ ପୂର୍ବରୁ ପ୍ରଶାସନ ପ୍ରଲୋଭିତ କରୁଛି ଏବଂ ଶାସକ ଦଳକୁ ଭୋଟ ଦେବା ପାଇଁ ବାଧ୍ୟ କରୁଛି । ଶ୍ରୀ ରାଉତରାୟଙ୍କ ଦାବିକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଗ୍ରହଣ କରିବା ସହ ଏ ସଂପର୍କରେ ତୁରନ୍ତ ନିଷ୍ପତି ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ସୁଶାନ୍ତ ତି୍ରପାଠୀ ଓ ଦୀପକ ମହାପାତ୍ର ପ୍ରମୁଖ ଶ୍ରୀ ରାଉତରାୟଙ୍କ ସହିତ ରହିଥିଲେ ।

     

    Maximum 500 characters

    ରାଜନୀତି View all

    Find Us on Facebook