Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କଂଗ୍ରେସ ୫୦ ବର୍ଷ କ୍ଷମତାକୁ ଫେରିବନି ବୋଲି କହିଲେ ଆଜାଦ, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Aug 29, 2020    Views: 3790

    ନୂଆଦିଲ୍ଲୀ: କଂଗ୍ରେସ ବିବାଦ ତୁଟିବା ପରିବର୍ତ୍ତେ ଜଟିଳ ହେବାରେ ଲାଗିଛି । ନେତୃତ୍ୱ ଓ ସଂସ୍କାର ପ୍ରସଙ୍ଗ ଉଠାଇ ଚିଠି ଲେଖିଥିବା ୨୩ ବରିଷ୍ଠ ନେତା ଏଥିପାଇଁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟରେ ଦୁଃଖ ପ୍ରକାଶ କରିଥିଲେ ମଧ୍ୟ ସେମାନଙ୍କୁ ଦଳରେ କୋଣଠେସା କରାଯିବା ଉଦ୍ୟମ ଆରମ୍ଭ ହେବା ପରେ ଜଣକୁ ଜଣ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ନିର୍ବାଚନ ଜରିଆରେ ନେତା ନିର୍ବାଚନ ପାଇଁ ପୂର୍ବରୁ ଶଶୀ ଥରୁର ପ୍ରସ୍ତାବ ଦେଇଥିଲେ । ଏବେ ଏହାକୁ ସମର୍ଥନ କରୁଛନ୍ତି ଗୁଲାମ ନବି ଆଜାଦ । ଦଳର ଶୀର୍ଷ ନେତାଙ୍କୁ ନିର୍ବାଚନ ଜରିଆରେ ନିର୍ବାଚିତ କରାନଗଲେ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଦଳ କ୍ଷମତାକୁ ଫେରିପାରିବ ନାହିଁ ବୋଲି କହିଛନ୍ତି ଗୁଲାମ ନବୀ ଆଜାଦ । କେବଳ ଶୀର୍ଷ ନେତା ନୁହଁନ୍ତି, ବିଭିନ୍ନ ପଦ ପଦବୀ ପାଇଁ ମଧ୍ୟ ନିର୍ବାଚନ ହେବା ଆବଶ୍ୟ ବୋଲି ସେ କହିଛନ୍ତି । ଦଳରେ ଆଭ୍ୟନ୍ତରୀଶ ନିର୍ବାଚନକୁ ବିରୋଧ କରୁଥିବା ନେତାମାନଙ୍କୁ ପଦ ହରାଇବାର ଆଶଙ୍କା ରହିଛି । ମନୋନୟନ ମାଧ୍ୟମରେ ପଦପଦବୀ ମାଡ଼ି ବସୁଥିବା ନେତାଙ୍କ ପ୍ରତି ଦଳର ତୃଣମୂଳସ୍ତରରେ କର୍ମୀଙ୍କର ସମର୍ଥନ ରହୁନାହିଁ ବୋଲି ଆଜାଦ କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook