Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜଭବନ ଘେରିଲା କଂଗ୍ରେସ

    Share on :
    ajab-Image
    Date: Oct 31, 2019    Views: 407

    ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାଶପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତୁ୍ୟ ମାମଲାରେ ଗୁରୁବାର କଂଗ୍ରେସ ରାଜବନ ଘେରାଉ କରିଛି । ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ  ରାଜଭବନ ସମ୍ମୁଖରେ  ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ମଧ୍ୟ ଦିଆଯାଇଛି । ଏହି ଧାରଣାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ଅଛନ୍ତି । ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି । 
    ପୂର୍ବରୁ ଏହି ମାମଲାରେ ବିଜେପି ପକ୍ଷରୁ ଯାଜପୁର ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା । 

    ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୧୬ ତାରିଖରେ ପିଇଓ ସ୍ମିତାରାଣୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଏକ ଘରୁ ଉଦ୍ଧାର କରାଯାଇଥିଲା । ସେ ଘରଟି ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍‌ ବୋଲି ଜଣାପଡ଼ିଥିଲା । ପ୍ରଥମେ ଏହାକୁ ଏକ ଆତ୍ମହତ୍ୟାର ରୂପ ଦିଆଯାଇଥିଲା । କିନ୍ତୁ ଏହାକୁ ନେଇ ବିଭିନ୍ନଆଡ଼ୁ ସନ୍ଦେହ ପ୍ରକାଶ ପାଇଥିଲା । ଶେଷରେ ପୋଲିସ ରୂପେଶଙ୍କୁ ଗିରଫ କରିଥିଲା । ରୂପେଶଙ୍କ ସହ ସ୍ମିତାଙ୍କର ଅନୈତିକ ସମ୍ପର୍କ ଥିଲା ବୋଲି ଏସ୍‌ପି କହିଥିଲେ । ଯାହାକୁ ନେଇ ରାଜନୈତିକ ମହଲରେ ତୀବ୍ର ସମାଲୋଚନା କରାଯାଇଛି ।

    Maximum 500 characters

    ରାଜନୀତି View all

    Find Us on Facebook