Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛତିଶଗଡ଼ ସୁକମାରେ ଏନକାଉଣ୍ଟର. ୪ ମାଓବାଦୀ ନିହତ

banner

ଆମ ସମସ୍ୟା

ମୁଖ୍ୟ ଖବର

    ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନି ଆକ୍ରାନ୍ତ ୧,୨୫୧, ମୃତ ୩୨, ଆରୋଗ୍ୟ ୧୦୧

    Share on :
    ajab-Image
    Date: Mar 31, 2020    Views: 2378

    ନୂଆଦିଲ୍ଲୀ: କରୋନା ଭାଇରସର ସୀମିତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ରିପୋର୍ଟକୁ ଆଧାର କରି କେତେକ ଗଣମାଧ୍ୟମ ଏ ସଂକ୍ରାନ୍ତ ଖବର ପ୍ରକାଶ କରିବା ପରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି ଏବଂ ଭାରତରେ ଏବେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଭାରତ ଏବେ ବି କରୋନା ଭାଇରସ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ବା ସ୍ଥାନୀୟ ସଂକ୍ରମଣ ସ୍ତରରେ ରହିଛି ବୋଲି କୁହାଯାଇଛି ।
    ଭାରତରେ କେତେକ ସ୍ଥାନରେ କରୋନା ଭାଇରସର ଥାର୍ଡ ଷ୍ଟେଜ ବା ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ଏହି ପର୍ଯ୍ୟାୟରେ ଜଣେ ସଂକ୍ରମିତ ବ୍ୟକ୍ତିର ସଂକ୍ରମଣ ଉତ୍ସ ଜଣାପଡ଼ି ନଥାଏ କିମ୍ବା ସଂକ୍ରମଣ ଶୃଙ୍ଖଳାକୁ ଠାବ କରିବା ସମ୍ଭବ ହୋଇନଥାଏ । ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଶହରୁ ଅଧିକ ହୋଇଥିବା ୩୨ ଜଣଙ୍କ ମୃତୁ୍ୟ ଘଟିଲାଣି । ଦେଶର କେତେକ ରାଜ୍ୟରେ ଏବେ ଗୋଷ୍ଠୀ ସଂକ୍ରମଣ ଅଞ୍ଚଳକୁ ଚିହ୍ନଟ କରାଗଲାଣି । 

    Maximum 500 characters

    ଆମ ସମସ୍ୟା View all

    Find Us on Facebook