Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ କମିଟି ଗଠନ, ଜଷ୍ଟିସ ଏ.କେ ମିଶ୍ର କମିଟି ମୁଖ୍ୟ

    Share on :
    ajab-Image
    Date: Jan 7, 2021    Views: 3442

    ଭୁବନେଶ୍ୱର:  ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷା ସଂରକ୍ଷଣ ପ୍ରସଙ୍ଗରେ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା ଏ ପ୍ରସଙ୍ଗରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପରେ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି ।  ଅବସରପ୍ରାପ୍ତ ହାଇକୋର୍ଟ ଜଜ ଜଷ୍ଟିସ ଏ.କେ ମିଶ୍ରଙ୍କୁ କମିଟି ମୁଖ୍ୟଭାବେ ନିଯୁକ୍ତ କରାଯାଇଛି ।  ସେହିପରି ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଭିସି ଅଶୋକ କୁମାର ଦାସଙ୍କୁ କମିଟି ସଦସ୍ୟଭାବେ ନିଯୁକ୍ତ କରାଯାଇଛି । ଏହାଛଡ଼ା ପ୍ରଫେସର ସିବିକେ ମହାନ୍ତି, ଆଇଏଏସ ଭୁପିନ୍ଦର ପୁନିଆ ଓ ଜେ.ରଘୁ ମଧ୍ୟ କମିଟି ସଦସ୍ୟଭାବେ ନିଯୁକ୍ତ ହୋଇଛନ୍ତି ।  ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଏ.କେ ନାୟକ କମିଟି ଆବାହକଭାବେ ନିଯୁକ୍ତ ହୋଇଛନ୍ତି । ଏହି କମିଟି ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ । 

    ପ୍ରକାଶ ଯେ, ଡାକ୍ତରୀ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏବେ ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ସଂରକ୍ଷଣ ମିଳିବ  । ଗତ ୨୮ ତାରିଖ ଦିନ ଅନୁଷ୍ଠିତ କ୍ୟାବିନେଟ ବୈଠକରେ  ଏହି ନିଷ୍ପତି ନିଆଯାଇଥିଲା ।   

    ଡାକ୍ତରୀ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟସ୍ତରରେ ନିଟ ଓ ଜେଇଇ ପରି ଏକକ ପରୀକ୍ଷା ପ୍ରବର୍ତିତ ହୋଇଛି  । ତେବେ ସରକାରୀ ହାଇସ୍କୁଲ ଓ କଲେଜର ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଉପରୋକ୍ତ ପାଠ୍ୟକ୍ରମରେ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି  । ଗ୍ରାମାଂଚଳର ପିଲାମାନେ ଉପଯୁକ୍ତ କୋଚିଂ ସୁବିଧା ପାଉନଥିବାରୁ ଏହିସବୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି  ।

    ଏହିସବୁ ଏକକ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସ୍ୱତନ୍ତ୍ର ତାଲିମର ଆବଶ୍ୟକତା ରହିଛି  । ସହରାଂଚଳରେ କୋଚିଂ ସେଂଟର ଖୋଲୁଥିବାରୁ ତାଲିମ ନେବା ନିମନ୍ତେ ଅଧିକ ଅର୍ଥର ଆବଶ୍ୟକତା ଅଛି  । ଫଳରେ ଗ୍ରାମାଂଚଳ ଓ ସରକାରୀ ସ୍କୁଲ ପିଲାମାନେ ଏହି ସୁଯୋଗରୁ ବଂଚିତ ହେଉଛନ୍ତି  । ସରକାରୀ ସ୍କୁଲରେ ପଢ଼ୁଥିବା  ପିଲାମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ଓଡ଼ିଶାର ଡାକ୍ତରୀ ଓ ଇଂଜିନିୟରିଂ କଲେଜମାନଙ୍କରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ନିଷ୍ପତି ନିଆଯାଇଥିଲା । ଆଗାମୀ ଶିକ୍ଷାବର୍ଷ ଠାରୁ ଏହା ଲାଗୁ କରାଯିବ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook