Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଥଣ୍ଡା ହେଲେ କ’ଣ କରିବେ ?

    Share on :
    ajab-Image
    Date: Nov 3, 2019    Views: 21

    ପ୍ରଚୁର ପରିମାଣରେ ପୋଟାସିୟମ ଭରପୁର କଦଳୀ ଖାଇଲେ ଥଣ୍ଡା ହୋଇଥାଏ ବୋଲି ଅଧିକାଂଶଙ୍କ ଧାରଣା । ବିଶେଷଜ୍ଞଙ୍କ ମତ ଯେ କଦଳୀ ଖାଇଲେ ବରଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

    ଗୋଟିଏ କଦଳୀ ଖାଇଲେ ୧୦୦ କ୍ୟାଲୋରୀ ଶକ୍ତି ମିଳିଥିବା ବେଳେ ଥଣ୍ଡାରୁ ରକ୍ଷା କରେ ।

    ଶୀତ ଦିନେ ରାତିବେଳା କିମ୍ବା ସନ୍ଧ୍ୟା ସମୟରେ ଦହି ଏବଂ ଏଥିରୁ ପ୍ରସ୍ତୁତ ଅନ୍ୟାନ୍ୟ ବ୍ୟଞ୍ଜନ ନ ଖାଇବା ଉଚିତ । ଏହା କାରଣରୁ କଫ ହେବାର ଭୟ ରହିଥାଏ । ଦିନବେଳା ଦହି ଖାଇବା ଉଚିତ । ଅଳ୍ପ ପରିମାଣରେ ଖାଇଲେ ଏହା କାରଣରୁ ଥଣ୍ଡା କିମ୍ବା ଜ୍ୱର ହେବାର ଆଶଙ୍କା ନଥାଏ ।

    ଥଣ୍ଡାରୁ ରକ୍ଷା ପାଇବାକୁ ହେଲେ ଭିଟାମିନ ସଂଯୁକ୍ତ ଫଳ ଓ ପନିପରିବାକୁ ନିଜ ଭୋଜନ ତାଲିକାରେ ସାମିଲ କରାଇବା ଆବଶ୍ୟକ ।

    ଏହା ସହ ଧ୍ୟାନରେ ରଖିବା ଉଚିତ ଯେ ଥଣ୍ଡା ହୋଇଥିଲେ ଖିର ପିଇବା ଅନୁଚିତ । ଏହା କାରଣରୁ କଫ ହୁଏ ବୋଲି ବିଶେଷଜ୍ଞଙ୍କ ମତ ।

    ମଇଦା ପ୍ରସ୍ତୁତ ଖାଦ୍ୟ ଓ ଅନ୍ୟାନ୍ୟ ଛଣାଛଣି ଖାଦ୍ୟ ମଧ୍ୟ ଥଣ୍ଡା ହୋଇଥିଲେ ନ ଖାଇବା ଉଚିତ ।

     

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook