Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଦ୍ରକ: ଜାଗରରୁ ଫେରୁଥିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ପୁରୀ: କନକଦୁର୍ଗା ହାଇସ୍କୁଲରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ

banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    କଫିରେ ସୌନ୍ଦର୍ଯ୍ୟ ଚର୍ଚ୍ଚା

    Share on :
    ajab-Image
    Date: Nov 20, 2019    Views: 55

    ଅଧିକାଂଶ ଲୋକ ସକାଳ ଜଳଖିଆରେ କଫି ପାନୀୟ ପିଇବାକୁ ପସନ୍ଦ କରୁଥିବା ବେଳେ ଯୁବତୀ ତଥା ମହିଳାଙ୍କ ସୌନ୍ଦର୍ଯ୍ୟ ଚର୍ଚ୍ଚା ନିମନ୍ତେ ଏହା ଉପଯୋଗୀ ହୋଇଥାଏ । କଫି ଗୁଣ୍ଡ ଏକ ଉତ୍ତମ ସ୍କ୍ରବ ତଥା ପ୍ୟାକ ଭାବେ ତ୍ୱଚା ପାଇଁ କାମ କରୁଥିବାର ବିଶେଷଜ୍ଞଙ୍କ ମତ । ନିୟମିତ କଫିକୁ ସ୍ନାନ ସମୟରେ ବ୍ୟବହାର କଲେ, ଏହା ବୁ୍ୟଟି ପାର୍ଲର ଫେସିଆଲଠାରୁ ଅଧିକ କାମ କରୁଥିବାର ପ୍ରକାଶ ।
    କଫିର କୌଣସି ପାଶ୍ୱର୍ ପ୍ରତିକି୍ରୟା ନଥିବା ବେଳେ ନଡ଼ିଆ ତେଲ ସହ ୨ ଚାମଚ କଫି ମିଶାଇ ଏକ ମିଶ୍ରଣ ତିଆରି କରିବେ । ହାତ, ପାଦ, ମୁହଁ ଓ ବେକ ଏସବୁ ସ୍ଥାନରେ ଏହି ପ୍ୟାକ୍ ଲଗାଇ ୧୫-୨୦ ମିନିଟ ଛାଡ଼ିଦେବେ । ପରେ ଭଲ ଭାବେ ମାଲିସ କରି ତ୍ୱଚାକୁ ନଖ ଉଷୁମ ପାଣିରେ ଧୋଇବେ । ତ୍ୱଚାରେ କୋମଳତା ନିମନ୍ତେ ଏହା ଏକ ଉତ୍ତମ ପ୍ୟାକ୍ ।
    ଘରୋଇ ଉପାୟରେ କଫି ଫେସିଆଲ କଲେ, ତାହା ତ୍ୱଚାରୁ ସମସ୍ତ ଦାଗ ଦୂର କରିଥାଏ । କୌଣସି ପାର୍ଟି ପାଇଁ ସଜବାଜ ହେଉଥିଲେ କଫି ସ୍କ୍ରବ ବ୍ୟବହାର କରି ମେକଅପ କରନ୍ତୁ । ଏପରି କଲେ ତ୍ୱଚାରେ ଚମକ ଆସିଥାଏ ।
    କଫି ସ୍କ୍ରବ ନିମନ୍ତେ ଆବଶ୍ୟକ ସାମଗ୍ରୀ, ଗୋଟିଏ ପାତ୍ରରେ ଏକ ଛୋଟ ଚାମଚ କଫି ଗୁଣ୍ଡ ନିଅନ୍ତୁ । ଏବେ ସେଥିରେ ଅଳ୍ପ ପରିମାଣରେ ଚାଉଳ ଗୁଣ୍ଡ ମିଶାଇବେ । ୨ ଛୋଟ ଚାମଚ କଞ୍ଚା କ୍ଷୀର, ୧ ଛୋଟ ଚାମଚ ଲେମ୍ବୁ ରସ, ୧ ଛୋଟ ଚାମଚ ମହୁ ମିଶାଇ ତ୍ୱଚାରେ ପ୍ୟାକ୍ ଭଳି ଲଗାଇ କିଛି ସମୟ ପରେ ଧୋଇ ନିଅନ୍ତୁ ।
    କଫି ଗୁଣ୍ଡରେ ଅଲିଭ ତେଲ ଓ କାକୁଡ଼ି ରସ ମିଶାଇ ତ୍ୱଚାରେ ପ୍ୟାକ୍ ଭଳି ଲଗାନ୍ତୁ । ୧୫ ମିନିଟ ପରେ ପାଣି ଅଳ୍ପ ହାତରେ ନେଇ ତ୍ୱଚାରେ ମାଲିସ କରିବେ । ଏହା ପରେ ନଖ ଉଷୁମ ପାଣିରେ ଧୋଇନେବେ ।

     

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook