ମୁଖ୍ୟ ଖବର
ଇଣ୍ଡୋନେସିଆ, ଜାଭା, ସୁମାତ୍ରା, ବାଳି ଇତ୍ୟାଦି ସ୍ଥାନରେ ‘କୋପି ଲୁବାକ’ ନାମକ କଫି ପ୍ରସ୍ତୁତ କରାଯାଉଛି । ସ୍ୱତନ୍ତ୍ର ଭାବେ ଏହି କଫିକୁ ପ୍ରସ୍ତୁତ କରାଯାଇଥାଏ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏହି କଫି ବିଭିନ୍ନ ସ୍ୱାଦରେ ଉପଲବ୍ଧ । କିଲୋ ପିଛା ଏହା ୨୫ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ବିକି୍ର ହୋଇଥାଏ । ଏସିଆନ ପାମ୍ ସିବେଟ ନାମକ ଏକ ଜନ୍ତୁକୁ ପ୍ରଥମେ କଫିକୁ ଖାଇବାକୁ ଦିଆଯାଏ । ପରେ ଜନ୍ତୁର ମଳରୁ ଏହି ଦାମୀ କଫି ପ୍ରସ୍ତୁତ ହେଉଥିବାର ପ୍ରକାଶ । ଇଣ୍ଡୋନେସିଆରେ ଦେଖାଯାଉଥିବା ସିବେଟ ପ୍ରାଣୀ ବିଲେଇ ମୂଷାର ମିଶ୍ରଣ ରୂପ ବୋଲି ଗବେଷକଙ୍କ ମତ । ପ୍ରାଣୀଟି କଫି ଖାଇବା ପରେ ମଳ ତ୍ୟାଗ କରେ । କଫି ପ୍ରସ୍ତୁତକାରୀ ଲୋକେ ଏହାର ମଳକୁ ପରିଷ୍କାର ହାଲକା ଭାଜି କଫି ଗୁଣ୍ଡ ଭାବେ ପ୍ୟାକ କରନ୍ତି । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲକ୍ଷାଧିକ ଟଙ୍କା ମୂଲ୍ୟଷର ଏହି କଫି କିଲୋ ପିଛା ବିକି୍ର ହୁଏ । ବି୍ରଟେନ ଓ ନୁ୍ୟୟର୍କର ଧନିକ ଗୋଷ୍ଠୀ ଏହି କଫି ପିଉଥିବାର ପ୍ରକାଶ । ଇଣ୍ଡୋନେସିଆ ଲୋକଙ୍କ ମତରେ ଶହ ଶହ ବର୍ଷ ତଳୁ ହିଁ ସେଠାରେ କଫିର ଏଭଳି ପ୍ରସ୍ତୁତିି କରାଯାଉଛି । ସିବେଟ୍ ପ୍ରାଣୀ ବଛାବଛା କଫି ଖାଇ ମଳତ୍ୟାଗ କରିଥାଏ । ତେଣୁ କଫି ଉକ୍ରୃଷ୍ଟମାନର ହେଉଥିବାର ଲୋକଙ୍କ ମତ । ଏହି କଫି ପ୍ରସ୍ତୁତି ପାଇଁ ସ୍ଥାନୀୟ ବାସିନ୍ଦା ସିବେଟ୍ ପ୍ରାଣୀ ସଂଖ୍ୟାଧିକ ପାଳନ କରିଥାନ୍ତି ।
Comments ସମସ୍ତ ମତାମତ