Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପଇଡ଼ ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ

    Share on :
    ajab-Image
    Date: Jan 13, 2021    Views: 2933

     ବଜାରରେ ଏବେ ବିଭିନ୍ନ ପ୍ରକାର ଶକ୍ତିବର୍ଦ୍ଧକ ପାନୀୟମାନ ମିଳୁଛି। ହେଲେ ସେସବୁ ପିଇବା ପରିବର୍ତ୍ତେ ପ୍ରାକୃତିକ ତତ୍ତ୍ବ ଭରପୂର ପଇଡ଼ ପାଣି, ଆଖୁ ରସ ତଥା ଅନ୍ୟାନ୍ୟ ଫଳରସ ଘରେ ତିଆରି କରି ପିଇପାରିବେ। ନିୟମିତ ଭାବେ ପଇଡ଼ ପାଣି ପିଇବା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।

     ଉଚ୍ଚରକ୍ତଚାପ ରୋଗୀ ସକାଳ ଜଳଖିଆ ପରେ ୧ଗିଲାସ ପଇଡ଼ ପାଣି ପିଇବା ଭଲ। ନିକଟରେ ହୋଇଥିବା ଏକ ପରୀକ୍ଷାରେ ୧୪୦ଜଣ ବ୍ୟକ୍ତିଙ୍କୁ ସପ୍ତାହର ୫ଦିନ ନିୟମିତ ଭାବେ ପଇଡ଼ ପାଣି ପିଇବାକୁ ପରାମର୍ଶ ଦିଆଯାଇଥିଲା। ଦେଢ଼ ମାସ ସେମାନଙ୍କ ରକ୍ତଚାପ ନିୟମିତ ଭାବେ ଅନୁଧ୍ୟାନ କରାଯାଇଥିବାବେଳେ ସମୟକ୍ରମେ ରୋଗୀଙ୍କ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ହୋଇଥିବାର ପ୍ରକାଶ। 

     ପଇଡ଼ ପାଣିରେ ମହଜୁଦ୍ ଥିବା ବାଇଓ-ଆକ୍ଟିଭ୍ ତତ୍ତ୍ବ କାରଣରୁ ଖାଦ୍ୟ ଭଲଭାବେ ହଜମ ହୋଇଥାଏ। ଭିଟାମିନ୍ ସି, ମାଙ୍ଗାନିଜ୍, ପୋଟାସିୟମ୍ ତତ୍ତ୍ବ ଭରପୂର ପଇଡ଼ ପାଣି ପିଇଲେ ନିଶାସେବନ ଅଭ୍ୟାସ ମଧ୍ୟ ସମୟକ୍ରମେ ବନ୍ଦ ହେଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି।
     କସରତ କରିବା ପୂର୍ବରୁ କିମ୍ବା ପରେ ପଇଡ଼ ପାଣି ପିଇପାରିବେ। ଏ ବାବଦରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିତାନ୍ତ ଆବଶ୍ୟକ। ଭିଟାମିନ୍ ସି ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପଇଡ଼ ପାଣି ପିଇଲେ ଆମ ତ୍ବଚା ଓ କେଶ ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ।
     ଶକ୍ତିବର୍ଦ୍ଧକ ପାନୀୟ ପଇଡ଼ ପାଣି ନିୟମିତ ଭାବେ ପିଇବା ଶରୀର ପାଇଁ ଭଲ। ପିଲାଠାରୁୁ ବୟସ୍କ ସମସ୍ତେ ଏଇ ପାନୀୟ ପିଇଲେ ଶରୀରରୁ ଜଳାଭାବ ସମସ୍ୟା ଦୂର ହୋଇଥାଏ।

    Maximum 500 characters

    ବିଶେଷ View all

    Find Us on Facebook