Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ମା’ଙ୍କ ପ୍ରିୟ ନଡ଼ିଆ ଖିରି

    Share on :
    ajab-Image
    Date: Oct 8, 2020    Views: 2674

    ନବରାତ୍ରୀରେ ନଡ଼ିଆ ଖିରି ପ୍ରସ୍ତୁତ କରାଯାଇଥାଏ  । ବିଶେଷ କରି ମା’ ଦୁର୍ଗାଙ୍କ ପାଖରେ ଏହି ନଡ଼ିଆ ଖିରିକୁ ଭୋଗ ଦିଆଯାଇଥାଏ  । ତେବେ ଜାଣିବା ଏହି ଖିରି କେମିତି ପ୍ରସ୍ତୁତ କରାଯାଏ  ।

    ଆବଶ୍ୟକ ସାମଗ୍ରୀ : ୩ କପ କ୍ଷୀର, ୧ କପ ନଡ଼ିଆ କୋରା, ଚିନି, ୪ଟି ଗୁଜୁରାତି, କାଜୁ ଓ କିସମିସ

    ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କ୍ଷୀରକୁ ଫୁଟାଇ ଦିଅନ୍ତୁ  । ଏହା ଫୁଟି ଗଲେ ଗ୍ୟାସକୁ ଧିମା ଅଞ୍ଚ କରି ଦିଅନ୍ତୁ  । ପରେ କ୍ଷୀରକୁ ଭଲ ଭାବରେ ଘଣ୍ଟି ଦିଅନ୍ତୁ  । ଏବେ କ୍ଷୀରରେ ନଡ଼ିଆ କୋରା ପକାନ୍ତୁ  । ପରେ ଏହାକୁ ଭଲ ଭାବେ ଘାଣ୍ଟି ଦିଅନ୍ତୁ  । ପରେ ସେଥିରେ କାଜୁ ଓ କିସମିସ ପକାନ୍ତୁ  । ତାହାକୁ କିଛି ସମୟ ପୁଣି ଫୁଟାନ୍ତୁ  । ଏହା ପରେ ସେଥିରେ ଗୁଜୁରାତି ଗୁଣ୍ଡ ପକାନ୍ତୁ  । ପରେ ସେଥିରେ ଚିନି ପକାନ୍ତୁ  । ଚିନି ଆପଣ ସ୍ୱାଦ ଅନୁଯାୟୀ ପକାଇବେ  । ଏହାକୁ ପୁଣି ଥରେ ଭଲ ଭାବେ ଗୋଳେଇ ଦିଅନ୍ତୁ  । ଚିନି ମିଶିବା ଯାଏଁ ଏହାକୁ ଘଣ୍ଟନ୍ତୁ  । ନହେଲେ ଚିନି ତଳେ ଲାଗିଯିବ  । ନଡ଼ିଆ କୋମଳ ହେବା ଯାଏଁ ଏହାକୁ ଫୁଟାନ୍ତୁ  । ନଡ଼ିଆ କୋମଳ ହୋଇଗଲେ ଗ୍ୟାସ ବନ୍ଦ କରି ଦିଅନ୍ତୁ  । ପ୍ରସ୍ତୁତ ହୋଇଗଲା ନଡ଼ିଆ ଖିରି  ।

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook