Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    କୋକାକୋଲା ଇଣ୍ଡିଆର ସଭାପତି ହେଲେ ଓଡିଆ ପୁଅ ସଙ୍କେତ

    Share on :
    ajab-Image
    Date: Sep 7, 2020    Views: 3211

    ମୁମ୍ବାଇ : ମୃଦୁପାନୀୟ କମ୍ପାନୀ କୋକାକୋଲାର ଏକ ଗୁରୁ ଦାୟିତ୍ୱ ହାସଲ କରିଛନ୍ତି ଜଣେ ଓଡିଆ । ଓଡିଆ ପୁଅ ସଙ୍କେତ ରୟ କୋକାକୋଲା ଇଣ୍ଡିଆ ଏବଂ ଦକ୍ଷିଣ ପଶ୍ଚିମ ଏସିଆର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭୋପାଳ ଏନଆଇଟିରୁ ମେକାନିକାର ଇଞ୍ଜିନିୟରିଂ ଏବଂ ଏକ୍ସଆଇଏମବିରୁ ଏମବିଏ କରିଥିବା ସଙ୍କେତ ଭୁବନେଶ୍ୱରର ବାସିନ୍ଦା । 

    ସଙ୍କେତ ଏହି ପଦବୀ ହାସଲ କରିବାରେ ପ୍ରଥମ ଓଡିଆ । କୋକାକୋଲାର ଆଇଏନଏସଡବ୍ଲ୍ୟୁଏର ଅପରେସନ ବିଭାଗ ସଙ୍କେତ ସମ୍ଭାଳିବେ । ସଙ୍କେତ ଡିଏମ ସ୍କୁଲରୁ ନିଜର ସ୍କୁଲ ପରେ ବିଜେବି କଲେଜରେ ଯୁକ୍ତ ୨ ଅଧ୍ୟୟନ କରିଥିଲେ । ପୂର୍ବରୁ କୋକାକୋଲାର ପ୍ରେସିଡେଣ୍ଟ ରହିଥିବା ଟି କ୍ରିଷ୍ଣକୁମାରଙ୍କୁ ଚେୟାରମ୍ୟାନ ଭାବରେ ପଦୋନ୍ନତି ମିଳିଥିବା ବେଳେ କ୍ରିଷ୍ଣକୁମାରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ସଙ୍କେତ ।

    Maximum 500 characters

    ଅର୍ଥନୀତି View all

    Find Us on Facebook