Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଗେଲଙ୍କ ଉପରେ ପଞ୍ଜାବର ଭାଗ୍ୟ

    Share on :
    ajab-Image
    Date: Oct 15, 2020    Views: 3284

    ସାରଜା: ଗୁରୁବାରର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ‘କର ବା ମର’ ମ୍ୟାଚରେ କିଙ୍ଗସ ଏକାଦଶର ଚୂଡାନ୍ତ ଏକାଦଶରେ ୱେଷ୍ଟଇଣ୍ଡିଜ ବିସ୍ଫୋରକ ବ୍ୟାଟସମ୍ୟାନ କି୍ରସ ଗେଲ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି  । ଏଭଳି ହେଲେ ଗେଲ ଚଳିତ ଆଇପିଏଲରେ ଆନୁଷ୍ଠାନିକ ପଦାର୍ପଣ କରିବେ । 

    ଖାଦ୍ୟ ବିଷାକ୍ତୀକରଣ ପାଇଁ କିଙ୍ଗସ ଏକାଦଶର ପ୍ରଥମ ୭ ମ୍ୟାଚରେ ସେ ଖେଳିପାରିନାହାନ୍ତି । ଫଳରେ କିଙ୍ଗସ ଏକାଦଶ ପଞ୍ଜାବ ମାତ୍ର ଗୋଟିଏ ବିଜୟ ହାସଲ କରି ପଏଣ୍ଟ ତାଲିକାର ଶେଷ ସ୍ଥାନରେ ରହିଛି । ଗୁରୁବାର ବାଙ୍ଗାଲୋକରକୁ ହରାଇ ନ ପାରିଲେ ଏହି ଦଳ ପ୍ଲେ ଅଫ ଦୌଡ଼ରୁ ଏକପ୍ରକାର ବାଦ ପଡ଼ିବ । ତେବେ ପଞ୍ଜାବ ତାର ଏକମାତ୍ର ବିଜୟ ବାଙ୍ଗାଲୋର ବିପକ୍ଷରେ ହାସଲ କରିଥିବାରୁ ଏହି ସଫଳତାକୁ ନିଜ ଅଷ୍ଟମ ମୁକାବିଲାରେ ଦୋହରାଇବାକୁ କେଏଲ ରାହୁଲଙ୍କ ଦଳ ଆଶା ରଖିଛି । ସେପଟେ ସାରଜାର ଛୋଟିଆ ସୀମା ରେଖା ଗେଲଙ୍କୁ ବଡ଼ ସଟ ଖେଳିବାକୁ ବେଶ ସୁହାଇବ ବୋଲି କି୍ରକେଟ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook