ମୁଖ୍ୟ ଖବର
ଭୁବନେଶ୍ୱରରୁ ହରପ୍ରିୟା ପୃଷ୍ଟି : କରୋନା ପାଇଁ ଏଯାଏଁ ସଠିକ ଓ ଫଳପ୍ରଦ ଔଷଧର ଉଦ୍ଭାବନ କରାଯାଇପାରିନାହିଁ । ତେବେ କେତେକ ଭାରତୀୟ ଓ ବିଦେଶୀ କମ୍ପାନୀ ଔଷଧ ବାହାର କରିଥିବା ଦାବି କରିଥିବାବେଳେ ଏହାକୁ ‘ହୁ’ ଓ ସଂପୃକ୍ତ ଦେଶ ପକ୍ଷରୁ ମଧ୍ୟ ଅନୁମତି ମିଳିଥିବା ଦେଖିବାକୁ ମିଳିଛି । ତେବେ କରୋନା ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ରୋଗର ଔଷଧମାନ ବ୍ୟବହାର କରୁଥିବାର ନଜିର ରହିଛି । ଏହି କ୍ରମରେ ନିକଟରେ ହୋଇଥିବା ଅଧ୍ୟୟନ ଅନୁସାରେ କୋଲେଷ୍ଟେରଲ ହ୍ରାସପାଇଁ ବ୍ୟବହୃତ ଷ୍ଟାନିନ ଔଷଧ କୋଭିଡ୧୯ ରୋଗୀଙ୍କ ମୃତ୍ୟ ହାର ହ୍ରାସ କରିପାରେ । ଏନେଇ ସେଲ ମେଟୋବଲିଜମ ନାମକ ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି । ପଶୁଙ୍କ ଉପରେ ଏହାର ପରୀକ୍ଷଣରେ ଏହା ଜାଣିବାକୁ ମିଳିଛି । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି । ତେବେ ଏହି ଔଷଧ ସହ ଅନ୍ୟ ଔଷଧ ବ୍ୟବହାର ଦ୍ୱାରା କୋଭିଡ଼ ୧୯ ରୋଗୀ ଭଲ ହୋଇପାରୁଛନ୍ତି କି ନାହିଁ ସେନେଇ ସ୍ପଷ୍ଟ ତଥ୍ୟ ମିଳିନାହିଁ । ଉହାନ ୟୁନିଭର୍ସିଟିର ରେନମିନ ହସ୍ପିଟାଲରେ ଏନେଇ ଗବେଷଣା କରାଯାଇଛି । ୧୩ହଜାର ୯୮୧ କରୋନା ରୋଗୀଙ୍କୁ ନେଇ ସେମାନେ ଗବେଷଣା କରିଥିଲେ । ୧,୨୧୯ ରୋଗୀଙ୍କୁ ସେମାନେ ଷ୍ଟାଟିନ ଔଷଧ ଦ୍ୱାର ଚିକିସôା କରିଥିଲେ । ୨୮ଦିନ ପରେ ଷ୍ଟାଟିନ ଔଷଧ ଖାଇଥିବା ରୋଗୀଙ୍କ ମୃତ୍ୟୁ ହାର ୫.୨ ପ୍ରତିଶତ ଥିଲା ଓ ଶ୍ୱାସଗତ ସମସ୍ୟା କମ ଦେଖାଯାଇଥିଲା ଏବଂ ଏହି ଔଷଧ ନଖାଇଥିବା ଲୋକଙ୍କ ମୃତୁ୍ୟହାର ୯.୪ପ୍ରତିଶତ ଥିଲା ।ଏହି ଔଷଧ କୋଭିଡ ରୋଗୀଙ୍କୁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରେ ବୋଲି ଅଧ୍ୟୟନ କହୁଛି । ତେବେ ରୋଗର କୈାଣସି ଟୀକା କିମ୍ବା ଚିକିସôା ଶୈଳୀ ଉପରେ ଏବେ ସୁଦ୍ଧା ମୋହର ବାଜି ନଥିବାବେଳେ ଷ୍ଟାନିନ ଔଷଧଗୁଡ଼ିକ ଫଳପ୍ରଦ ବୋଲି କୁହାଯାଉଛି ।
Comments ସମସ୍ତ ମତାମତ