Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଚକୋଲେଟ ବିସ୍କୁଟରେ ପ୍ରସ୍ତୁତ କପ

    Share on :
    ajab-Image
    Date: Mar 4, 2021    Views: 2756

    ଖାଇବା ଯୋଗ୍ୟ ଚାମଚ, ପ୍ଲେଟ ବିଷୟରେ ପୂର୍ବରୁ ଆମେ ଆପଣଙ୍କୁ ଖବର ଦେଇଥିଲୁ । ଖାଇବା ଯୋଗ୍ୟ କପ ଏବେ ଟ୍ରେଣ୍ଡରେ ଅଛି । ମଦୁରାଇର ଏକ ଚା’ଦୋକାନ ଏହି ଖାଇବା ଯୋଗ୍ୟ କପ ଲଞ୍ଚ କରିଛି । କପଟି ଚକୋଲେଟ ବିସ୍କୁଟରେ ପ୍ରସ୍ତୁତ । ଏହା ଦେଖିବାକୁ ଯେତିକି ଆକର୍ଷଣୀୟ, ସେତିକି ସ୍ୱାଦିଷ୍ଟ । ପରିବେଶ ଅନୁକୂଳ ଉପôାଦ କ୍ଷେତ୍ରରେ ଏହା ଆଉ ପାଦେ ଆଗରେ ଅଛି । କାରଣ ଏହି ନୂଆ ଉଦ୍ଭାବନ ପ୍ଲାଷ୍ଟିକ କପର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ହୋଇପାରିବ ବୋଲି ଆଶା କରାଯାଉଛି । ଏହି ଖାଇବା ଯୋଗ୍ୟ କପର ମୂଲ୍ୟ ୨୦ ଟଙ୍କା ରହିଛି । ୬୦ ମିଲି ଗରମ ଚା ୧୦ ମିନିଟ ପର୍ଯ୍ୟନ୍ତ ଧାରଣ କରିବାର ସାମର୍ଥ୍ୟ କପର ରହିଛି । ଯେଉଁମାନେ ଏହି କପରେ ଚା ପିଇଛନ୍ତି, ୧୦ ମିନିଟ ସେମାନଙ୍କ ପାଇଁ ଯଥେଷ୍ଟ ବୋଲି ପ୍ରତିକି୍ରୟାରେ କହିଛନ୍ତି । ମଦୁରାଇର ୱେଷ୍ଟ ମାସି ଷ୍ଟି୍ରଟ ସ୍ଥିତ ବିବେକ ସବାପଥିଙ୍କ ଚା ଦୋକାନ ଏହି ଚା କପ ପାଇଁ ବେଶ ପରିଚିତ । ଚା’ର ନିଜସ୍ୱ ଏକ ପ୍ରକାର ଆରଏସ ପାଠୀ ନିଳଗିରି ଚା’ ପାଇଁ ମଧ୍ୟ ଦୋକାନ ପରିଚିତ ହୋଇଛି । ଗତ ଚା’କପ ଲଞ୍ଚ କରିବା ପରଠୁ ଏବେ ପର୍ଯ୍ୟନ୍ତ ଦୋକାନରେ ୫୦୦ ରୁ ଅଧିକ ଚା’କପ ବିକି୍ର ହୋଇଛି । କପର ଲୋକପି୍ରୟତାକୁ ଧ୍ୟାନରେ ରଖି ଅନ୍ୟ ଫ୍ଲେଭର ଯୁକ୍ତ କପ ପ୍ରସ୍ତୁତ କରିବାକୁ ଦୋକାନ ମାଲିକ ଯୋଜନା କରୁଛନ୍ତି । ନିକଟରେ ଇଣ୍ଟରନେଟ ୟୁଜର ଏହି ଖାଇବା ଯୋଗ୍ୟ କପର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରଠୁ ଏହା ଚର୍ଚ୍ଚାରେ ଅଛି । କପଟି ଗ୍ରାହକଙ୍କୁ ଆଇସକି୍ରମ କୋନ ଓ ଚକୋଲେଟ ବିସ୍କୁଟର ସ୍ୱାଦ ପ୍ରଦାନ କରୁଛି ।

    Maximum 500 characters

    ବିଶେଷ View all

    Find Us on Facebook