ମୁଖ୍ୟ ଖବର
ଦୁବାଇ: ଚଳିତ ଆଇପିଏଲରେ ଗୁରୁବାର ରାତିରେ ପ୍ରଥମ ମ୍ୟାଚ ଖେଳିଥିବା କିଙ୍ଗସ ଇଲେଭେନ ପଞ୍ଜାବର ୱେଷ୍ଟଇଣ୍ଡିଜ ତାରକା କି୍ରସ ଗେଲ ୪୫ ବଲରୁ ୫୩ ରନ କରିଥିଲେ । ଅର୍ଦ୍ଧଶତକ ହାସଲ ପରେ ଏହି ଆତ୍ମଘୋଷିତ ‘ୟୁନିଭର୍ସାଲ ବସ’ ନିଜ ବ୍ୟାଟରେ ଲାଗିଥିବା ‘ଦ ବସ’ ଷ୍ଟିକରକୁ ବାରମ୍ବାର ଟିପ ଦେଖାଇଥିଲେ । ଏଭଳି ଆଚରଣ ପାଇଁ ମ୍ୟାଚ ପରେ ପଚରାଯିବାରୁ ଟି-୨୦ ଇତିହାସର ଏହି ଅଗ୍ରଣୀ ରନ ସ୍କୋରର କହିଥିଲେ ‘ଲେଖାଥିବା ନାମକୁ ମୁଁ ସମ୍ମାନ ଜଣାଇବା ପାଇଁ ଏଭଳି କରିଥିଲି, କେବଳ ଏତିକି ମାତ୍ର’ ।
୩ ନମ୍ବର ସ୍ଥାନରେ ବ୍ୟାଟିଂ ସମ୍ପର୍କରେ ପ୍ରଶ୍ନ ହେବାରୁ ଗେଲ କହିଥିଲେ ‘ପିଚ କଷ୍ଟକର ଥିଲା, କିନ୍ତୁ ଦ୍ୱିତୀୟରେ ବ୍ୟାଟିଂ କରିବା ଉନ୍ନତ ଥିଲା । ଦଳ ମୋତେ ୩ ନମ୍ବରରେ ବ୍ୟାଟିଂ କରିବାକୁ କହିଥିଲା, ଏହା ଏକ ପ୍ରସଙ୍ଗ ନୁହେଁ । ପ୍ରତିଯୋଗିତାର ଆରମ୍ଭରୁ ଓପନରମାନେ ଭଲ କରି ଆସୁଥିଲେ । ସେମାନଙ୍କୁ ବଦଳାଇବାକୁ ଆମେ ଚାହିଁନଥିଲୁ । ମୋତେ ମିଳିଥିବା ଭୂମିକାକୁ ମୁଁ ତୁଲାଇଲି ।’ ଗେଲଙ୍କୁ ରବିବାର ପୁଣି ଦେଖିବାକୁ ମିଳିବ । ସେଦିନ ପଞ୍ଜାବ-ମୁମ୍ବାଇ ମୁକାବିଲା ରହିଛି ।
Comments ସମସ୍ତ ମତାମତ