ମୁଖ୍ୟ ଖବର
ନୂଆଦିଲ୍ଲୀ: ବିହାର ନିର୍ବାଚନରେ ଲୋକ ଜନଶକ୍ତି ପାର୍ଟି ନେତା ଚିରାଗ ପାଶ୍ୱାନ ଏନଡିଏ ପ୍ରତି ବିଶ୍ୱାସଘାତକତା କରିଛନ୍ତି ଏବଂ ଏନଡିଏର ବିପୁଳ କ୍ଷତି ଘଟାଇଛନ୍ତି । ସେ ନିଜେ ଅଲଗା ରାସ୍ତା ବାଛିଛନ୍ତି, ଏଣିକି ନିଚର ଭବିଷ୍ୟତ ନିଜେ ବାଛନ୍ତୁ ବୋଲି କହିଛନ୍ତି ବିହାର ଦାୟିତ୍ୱରେ ଥିବା ବିଜେପି ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ । ଚିରାଗ ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ହନୁମାନ ଭାବେ ବର୍ଣ୍ଣନା କରୁଥିଲେ ମଧ୍ୟ ସାମ୍ପ୍ରତିକ ପରିସ୍ଥିତିରେ ତାଙ୍କ ପାଇଁ ଏନଡିଏ ରାସ୍ତା ବନ୍ଦ ହୋଇଯାଇଛି ବୋଲି ଯାଦବ କହିଛନ୍ତି । ବିହାର ନିର୍ବାଚନରେ ଚିରାଗ ନୀତୀଶ କୁମାର ଜେଡିୟୁ ର ନାହିଁ ନଥିବା କ୍ଷତି ଘଟାଇଥିବାରୁ ଏନଡିଏରେ ଏଲଜେପିର ସ୍ଥାନ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହାର ଜବାବରେ ଚିରାଗ କହିଛନ୍ତି ଯେ ସେ ଯାହା କରିଛନ୍ତି କେବଳ ବିଜେପିର ସ୍ଥିତି ସୁଦୃଢ଼ କରିବା ପାଇଁ । ତାଙ୍କର ଉଦ୍ୟମ ସଫଳ ହୋଇଛି ଏବଂ ବିହାରରେ ବିଜେପି ଆଶାତୀତ ସଫଳତା ପାଇଛି । ନୀତୀଶଙ୍କୁ ଦୁର୍ବଳ କରିବା ପାଇଁ ଏଲଜେପି ପକ୍ଷରୁ ଜେଡିୟୁ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଦିଆଯାଇଥିଲା । ଏହା ଦ୍ୱାରା ନୀତୀଶଙ୍କ ଦଳ ପ୍ରାୟ ୨୦ଟି ଆସନ ହରାଇଛି ।
Comments ସମସ୍ତ ମତାମତ