ମୁଖ୍ୟ ଖବର
ପାଟନା: ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ରହିଥିବା ବେଳେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏଲଜେପି ନେତା ଚିରାଗ ପାଶ୍ୱାନଙ୍କ ଉପରେ ବିଜେପି ବର୍ଷିବା ପରେ ପାଶ୍ୱାନ ଅତ୍ୟନ୍ତ ନାଟକୀୟ ଢ଼ଙ୍ଗାରେ ଏହାର ଜବାବ ରଖିଛନ୍ତି ।
ପାଶ୍ୱାନ କହିଛନ୍ତି, ବିହାରରେ ବିଜେପି ସରକାର ଆସିବା ହିଁ ତାଙ୍କର ଲକ୍ଷ୍ୟ । ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ତାଙ୍କର ଆବଶ୍ୟକ ନାହିଁ । ମୋଦି ତାଙ୍କ ହୃଦୟରେ ଅଛନ୍ତି । ହନୁମାନ ଯେମିତି ରାମଙ୍କ ପାଇଁ ଭକ୍ତି ଅଛି ଠିକ୍ ସେମିତି ମୋ ଛାତି ଚିରିଦେଲେ ମଧ୍ୟ ମୋଦିଙ୍କୁ ପାଇବ ବୋଲି ଚିରାଗ କହିଛନ୍ତି । ସୂଚନା ଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ଫଟୋ ବ୍ୟବହାର କରୁଥିବାରୁ ଚିରାଗଙ୍କ ବିରୋଧରେ ବିଜେପି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ।
Comments ସମସ୍ତ ମତାମତ