Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଚିରାଗଙ୍କ ହାତରେ ଏଲ୍ଜେପି କମାଣ୍ଡ

    Share on :
    ajab-Image
    Date: Nov 6, 2019    Views: 492

    ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଅଧ୍ୟକ୍ଷ ଭାବେ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପୁଅ ଚିରାଗଙ୍କୁ ନିଯୁକ୍ତ କରାଯାଇଛି । ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପରେ ଏଭଳି ପଦକ୍ଷେପ ନିଆଯାଇଛି । ଏହି ଅବସରରେ ରାମବିଳାସ କହିଛନ୍ତି ଯେ ନୂତନ ପିଢ଼ିକୁ ଦଳର ଦାୟିତ୍ୱ ଦେବାର ସମୟ ଆସିଛି । ଚିରାଗ କହିଛନ୍ତି ଯେ ସେ ଅଧ୍ୟକ୍ଷ ହେଲା ପରେ ବି ପିତାଙ୍କ ପରାମର୍ଶ ନେବେ । ସେ ଆହୁରି କହିଛନ୍ତି ଯେ ଉଭୟ ବିହାରରେ ଏବଂ କେନ୍ଦ୍ରରେ ଏନ୍ଡିଏ ସରକାର ଅଛି । କିନ୍ତୁ ନିକଟରେ ବିହାରରେ ଅନୁଷ୍ଠିତ ଉପନିର୍ବାଚନରେ ଏନଡିଏ ମେଣ୍ଟ ଭଲ ପ୍ରଦର୍ଶନ କରିପାରିନଥିଲା । ହେଲେ ଏହି ମେଣ୍ଟର ଅଂଶୀଦାର ଥିବା ଏଲଜେପି ସମସ୍ତିପୁର (ସଂରକ୍ଷିତ) ଆସନରୁ ବିଜୟ ଲାଭ କରିଛି । ତାଙ୍କ ଦଳ କେବେ ବି ନିଜର ନୀତି ଓ ଆଦର୍ଶ ସହ ବୁଝାମଣା କରିନାହିଁ । ଆଗାମୀ ଦିନରେ ବି ଦଳ ଏପରି କରିବ ନାହିଁ ବୋଲି ଚିରାଗ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook