Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସେନା ଠୁଳ କରୁଛି ଚୀନ

    Share on :
    ajab-Image
    Date: Sep 16, 2020    Views: 3138

    ନୂଆଦିଲ୍ଲୀ : ଲଦାଖ ସୀମାରେ ଭାରତୀୟ ସେନା ଦ୍ୱାରା ନିଆଯାଇଥିବା କିଛି ପଦକ୍ଷେପ ଯୋଗୁଁ ସ୍ତବ୍ଧ ହୋଇଯାଇଥିବା ଚୀନ ଏବେ ଭାରତକୁ ଅକଳରେ ପକାଇବା ପାଇଁ ନୂଆ ନୂଆ ଉପାୟ ବାହାର କରୁଛି । ସିଏ ଏବେ ଭାରତୀୟ ସେନାକୁ ଜବାବ ଦେବାକୁ ଯାଇ ସୀମାର ଅନ୍ୟ କିଛି ସ୍ଥାନରେ ଅନୁପ୍ରବେଶ କରିବାକୁ ଯୋଜନା କରୁଛି । ଏହି କ୍ରମରେ ଚୀନ ଏବେ ଅରୁଣାଚଳ ପ୍ରଦେଶ ସଂଲଗ୍ନ ସୀମାରେ ସେନା ଠୁଳ କରୁଥିବାର ଜଣାପଡ଼ିଛି । 
    ରିପୋର୍ଟ ଅନୁଯାୟୀ, ଅରୁଣାଚଳ ପ୍ରଦେଶ ଅସ୍ଫିଲା, ଟୁଚିଙ୍ଗ, ଚାଙ୍ଗ ଜ ଏବଂ ଫିସଟେଲ-୨ ଅଞ୍ଚଳର ବୀପରିତ ପାଶ୍ୱର୍ରେ ଚୀନ ନିଜର ସୈନିକ ଓ ଯୁଦ୍ଧାସ୍ତ୍ର ସଂଖ୍ୟା ବୃଦ୍ଧି କରୁଛି । ଚୀନ ଯେଉଁ ସବୁ ସ୍ଥାନରେ ସେନା ଜମା କରୁଛି, ତାହା ଭାରତୀୟ ସୀମା ଠାରୁ ମାତ୍ର ୨୦ କିମି ଦୂରରେ ଅବସ୍ଥିତ । ସେଠାରେ ଚୀନ ସେନାର ଗତିବିଧି ସମ୍ପର୍କରେ ଭାରତୀୟ ସେନାକୁ ସୁରାକ ମିଳିବା ପରେ ଚୀନର ହରକତ ଉପରେ ତୀକ୍ଷଣ ନଜର ରଖାଯାଉଛି । ଏଥିରୁ ଅନୁମାନ କରାଯାଉଛି କି ଚୀନ ସେନା ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳ ବିଶେଷ କରି ଜନବସତି ଶୂନ୍ୟ ଅଞ୍ଚଳକୁ କବଜା କରି ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଯୋଜନା କରିଛି । ଚୀନର ଏଭଳି ଚାଲକୁ ଭଣ୍ଡୁର କରିବା ପାଇଁ ଭାରତୀୟ ସେନା ପୂରା ସଜାଗ ଅଛି । ସୀମାରେ ମୁତୟନ ଭାରତୀୟ ସୈନିକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook