ମୁଖ୍ୟ ଖବର
ନୂଆଦିଲ୍ଲୀ: ଏ ବର୍ଷ ଦୀପାବଳିରେ ଭାରତରେ ଫୁଟିବନି ଚାଇନା ବାଣ । ‘ଭାରତର ସମ୍ମାନ ଆମର ଅଭିମାନ’ । ଏହି ଅଭିଯାନ ଅଧୀନରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଘୋଷଣା କରିଛି ଯେ, ଚଳିତ ବର୍ଷ ଦୀପାବଳିରେ ଚୀନର ସମସ୍ତ ସାମଗ୍ରୀକୁ ବ୍ୟାନ କରାଯିବ । ଏହା ବ୍ୟବସାୟୀମାନଙ୍କୁ ଏକତି୍ରତ ହୋଇ ଦୀପାବଳିରେ କେବଳ ଭାରତୀୟ ସାମଗ୍ରୀ ବିକି୍ର କରିବା ପାଇଁ କହିଛି । ଚୀନ ସାମଗ୍ରୀ ବର୍ଜନ ଅଭିଯାନ ଖାଲି ଦୀପାବଳି ନୁହେଁ ଦେଶର ସମସ୍ତ ପର୍ବ ଯେପରି ରାକ୍ଷୀ ପୂର୍ଣ୍ଣିମା ଏବଂ ଜନ୍ମାଷ୍ଟମୀରେ ଲାଗୁ ହେବା ଉଚିତ ବୋଲି ସିଏଆଇଟି ପ୍ରକାଶ କରିଛି । ସିଏଆଇଟି ରାଷ୍ଟ୍ରୀୟ ସଭାପତି ବି.ସି ଭର୍ତ୍ତିଆ ଏବଂ ମହାସଚି ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ଭାରତୀୟ ବଜାରରେ ଚୀନ ସାମଗ୍ରୀ ଭର୍ତ୍ତି ହୋଇଯାଇଛି । ଏହି ଧାରାକୁ ବନ୍ଦ କରିବାକୁ ପଡ଼ିବ । ପର୍ବ ଗୁଡ଼ିକରେ କେବଳ ଭାରତୀୟ ସାମଗ୍ରୀକୁ ବିକି୍ର କରିବା ପାଇଁ ସିଏଆଇଟି ଦୋକାନୀମାନଙ୍କୁ ଆହ୍ୱାନ ଦେଇଛି । ଯଦି ବଳକା ଷ୍ଟକ ଥାଏ ତାହାକୁ ଜୁଲାଇ ୧୫ ସୁଦ୍ଧା ବିକି୍ର କରିଦେବାକୁ ଏହା କହିଛି ।
Comments ସମସ୍ତ ମତାମତ