Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଚୀନ ମାନିଲା ସତ, ଗଲୱାନରେ ମରିଛନ୍ତି ୪ ଚୀନ ସେନା

    Share on :
    ajab-Image
    Date: Feb 19, 2021    Views: 4429

    ନୂଆଦିଲ୍ଲୀ:  ଶେଷରେ ଡ୍ରାଗନ ମାନିଲା ସତ  । ଗଲୱାନରେ ମରିଛନ୍ତି ୪ ଚୀନ ସେନା  । ପ୍ରଥମଥର ପାଇଁ ଏ କଥାକୁ ମାନିଛି ଚୀନ ପ୍ରଶାସନ  । ଗତବର୍ଷ ହୋଇଥିବା ଏହି ସଂଘର୍ଷକୁ ମନା କରିଆସୁଥିଲା ଚୀନ  । କିନ୍ତୁ ଏବେ ନିଜ ମୁହଁରେ ସତ ମାନିଛି  । ତେବେ ରୁଷିଆ ସମାଚାର ଏଜେନ୍ସି ପକ୍ଷରୁ କୁହାଯାଉଛି, ଗତବର୍ଷର ସଂଘର୍ଷରେ ଚୀନର ୪୫ ଜଣ ସୈନିକଙ୍କର ମୃତ୍ୟୁ ହୋଇଛି  ।
    ଗଣମାଧ୍ୟମରେ ମୃତ୍ୟୁବରଣ କରିଥିବା ଚୀନୀ ସେନାଙ୍କ ନାଁ ମଧ୍ୟ ପ୍ରକାଶ ପାଇଛି  । PEOPLES’S DAILY CHINA  ପକ୍ଷରୁ ଟ୍ବିଟ କରି ଏ କଥା କୁହାଯାଇଛି  । ଯାହା ସ୍ପଷ୍ଟ କରୁଛି ଯେ ଚୀନ ସବୁ ଜାଣିବି ସାରା ବିଶ୍ବଠୁ ସତ ଲୁଚାଉଥିଲା  । ଏବେ ସତକୁ ସାମ୍ନାକୁ ଆସିବା ପରେ ଚୀନର ଚାଲାକି ପଦାରେ ପଡ଼ିଛି  ।   ବଡ଼ କଥା ହେଉଛି ବାରମ୍ବାର ଭାରତ ଦାବି କରୁଥିଲେ ବି ଚୀନ ଏ କଥାକୁ ଅସ୍ବୀକାର କରୁଥିଲା  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook