Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଗରମ ପେଜରେ ପଡ଼ିଯାଇ ଶିଶୁର ମୃତୁ୍ୟ

    Share on :
    ajab-Image
    Date: Jan 14, 2021    Views: 3851

    ଭୁବନେଶ୍ୱର : ହରିଚନ୍ଦପୁର ଅଂଚଳରେ ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି  । ଗରମ ପେଜରେ ପଡ଼ିଯିବାରୁ ଜଣେ ୨ ବର୍ଷର ଶିଶୁ କନ୍ୟାର ମୃତୁ୍ୟ ଘଟିଛି  । 
    ହରିଚନ୍ଦନପୁର ଥାନା କାଦୁଅ ଡିହା ଗ୍ରାମର ହିରଣ୍ୟ ନାଏକଙ୍କ ଦୁଇ ବର୍ଷର ଶିଶୁ କନ୍ୟା ତିଳୋତମା ନାଏକ ଗରମ ପେଜରେ ପଡ଼ି ଯାଇଥିଲେ  । ଫଳରେ ପୋଡ଼ି ହୋଇ ଗୁରୁତର ହୋଇଯାଇଥିଲେ  । ପ୍ରାଥମିକ ଚିକିତ୍ସା ନିମନ୍ତେ ପ୍ରଥମେ ହରିଚନ୍ଦନପୁର ଏବଂ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା  । ତେବେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବାହ୍ନ ୭ ଘଟିକା ସମୟରେ ଶିଶୁ କନ୍ୟାଟିର ମୃତୁ୍ୟ ହୋଇଛି  । ସନ୍ଧ୍ୟାରେ ହିରଣ୍ୟଙ୍କ ପନôୀ ଭାତ ରାନ୍ଧି ସାରିବା ପରେ ଏକ କଡେ଼ଇରେ ପେଜ ରଖିଥିଲେ  । ଶିଶୁ କନ୍ୟାଟି ରୋଷେଇ ଘରେ ମା’ ପାଖରେ ଥିବାବେଳେ ଅସାବଧାନତା ଯୋଗୁଁ ପେଜ କଡେ଼ଇରେ ପଡ଼ିଯାଇଥିଲା  ।

    Maximum 500 characters

    ତାଜା ଖବର View all

    Find Us on Facebook