Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କରୋନା ରୋଗୀଙ୍କୁ ମୁଖ୍ୟ ସଚିବ ଦେଲେ ଏହି ପରାମର୍ଶ

    Share on :
    ajab-Image
    Date: Sep 16, 2020    Views: 3726

    ଭୁବନେଶ୍ୱର: ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।  ଏହି ଅବସରରେ କରୋନା ଆକ୍ରାନ୍ତଙ୍କୁ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କିଛି ପରାମର୍ଶ ଦେଇଛନ୍ତି । ତାହା ହେଲା-

    - କଟକ, ଭୁବନେଶ୍ୱର ଆସୁଥିବା ଆକ୍ରାନ୍ତ ଆନୁଷଙ୍ଗିକ ବ୍ୟବସ୍ଥାରେ ଆସନ୍ତୁ
    -ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶରେ ଆସୁଥିବା ରୋଗୀ ଆନୁଷଙ୍ଗିକ  ବ୍ୟବସ୍ଥାରେ ଆସନ୍ତୁ
    - ଆନୁଷଙ୍ଗିକ ବ୍ୟବସ୍ଥା ସହ ଅକ୍ସିଜେନ ସପୋର୍ଟରେ  ଆସନ୍ତୁ
    - ଅବହେଳା ପାଇଁ ଅତୀତରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି
    - ସାରା ରାଜ୍ୟ ପାଇଁ ଟୁଇନ ସିଟିରେ ସରକାର ଅତ୍ୟାଧୁନିକ ବ୍ୟବସ୍ଥା କରିଛନ୍ତି
    -କରୋନା ଚିକିତ୍ସା ପାଇଁ ଟୁଇନ ସିଟିରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି

     ପ୍ରକାଶ ଯେ,  ଓଡିଶା ସରକାର ସବୁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି । ଓଡିଶାରେ ଭର୍ଚୁଆଲ ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଏହି ଚିଠି ଲେଖାହୋଇଛି । ଦୂରରୁ ବିଶେଷଜ୍ଞ ଡାକ୍ତର ଜିଲ୍ଲାସ୍ତରୀୟ ହସ୍ପିଟାଲକୁ ପରାମର୍ଶ ଦେବେ । ଏନେଇ ସବୁ ଜିଲ୍ଲାପାଳ ଏବଂ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଏଥିସହ ସବୁ ଗୁରୁତର କରୋନା ଆକ୍ରାନ୍ତଙ୍କୁ କଟକ ଓ ଭୁବନେଶ୍ୱର ନପଠାଇବାକୁ ପରାମର୍ଶ ଦିଆଯାଇଛି । ଗୁରୁତର ଆକ୍ରାନ୍ତ କରୋନା ରୋଗୀଙ୍କୁ ପ୍ରଥମେ ଜିଲ୍ଲାସ୍ତରରେ ଥିବା ହସ୍ପିଟାଲରେ ଚିକିତ୍ସା କରାଯିବ । ଦୂରରେ ରହି ବିଶେଷଜ୍ଞ ଡାକ୍ତର ଭିଡିଓ କନଫରେନ୍ସିଂ ଯୋଗେ ପରାମର୍ଶ ଦେବେ । ସବୁ ଗୁରୁତର କରୋନା ରୋଗୀଙ୍କୁ କଟକ ଓ ଭୁବନେଶ୍ୱର ନପଠାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଆଇସିୟୁ ନିର୍ଭରଶୀଳତାକୁ କମ କରିବା ପାଇଁ ‘ଷ୍ଟେପ ଡାଉନ’ ଆଇସିୟୁର ବ୍ୟବସ୍ଥା କରିବାକୁ ଏହି ଚିଠିରେ କୁହାଯାଇଛି । ଜଣେ ରୋଗୀ ଆଇସିୟୁରେ ଟିକିଏ ଠିକ ହେବା ପରେ ତାଙ୍କୁ ‘ଷ୍ଟେପ ଡାଉନ’ ଆଇସିୟୁକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ସ୍ତରର ଡାକ୍ତରମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି । ପୂର୍ବରୁ ଘରୋଇ ହସ୍ପିଟାଲଗୁଡିକରେ କୋଭିଡ ଚିକିତ୍ସା ପାଇଁ ନିର୍ଦ୍ଦେଶନାମା ଜାରି କରି ରାଜ୍ୟ ସରକାର କହିଛନ୍ତି, ସବୁ ଘରୋଇ ହସ୍ପିଟାଲରେ ୫୦ ପ୍ରତିଶତ ସାଧାରଣ ବେଡ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରହିବ । ଏହା ଛଡା ୮୦ ପ୍ରତିଶତ ଆଇସିୟୁ ବେଡ କେବଳ କରୋନା ରୋଗୀଙ୍କ ପାଇଁ ରହିବ । କଟକ ଏବଂ ଭୁବନେଶ୍ୱରରେ ବିଭିନ୍ନ କୋଭିଡ ହସ୍ପିଟାଲରେ ଆଇସିୟୁ ବେଡ ଏବଂ ସାଧାରଣ ବେଡ ସହଜରେ ଉପଲବ୍ଧ ହେଉନାହିଁ ବୋଲି ଚର୍ଚ୍ଚା ହେଉଛି । ଗତ ୮ ତାରିଖରେ ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମଧ୍ୟ ଖାଲି ଥିବା ବେଡ ସଂଖ୍ୟା କମ ରହିଛି ।

    Maximum 500 characters

    ତାଜା ଖବର View all

    Find Us on Facebook