Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏମିତି ରାନ୍ଧନ୍ତୁ ସ୍ୱାଦିଷ୍ଟ ଚିକେନ କଷା

    Share on :
    ajab-Image
    Date: Oct 17, 2020    Views: 3004

     

    ଚିକେନ – ୫୦୦ ଗ୍ରାମ
    ତେଲ – ଆବଶ୍ୟକ ପରିମାଣରେ
    ଅଦା ରସୁଣ ବଟା – ୪ ଚାମଚ
    କଟା ପିଆଜ – ୨ଟି
    କଟା ଟମାଟୋ – ୧ଟି
    ଗୁଣ୍ଡ ମସଲା ପାଇଁ – ଶୁଖିଲା ଲଙ୍କା ,ଡ଼ାଲଚିନି, ଜିରା, ଗୁଜୁରାତି, ବଡ଼ ଅଳେଇଚ, ଲବଙ୍ଗ, ଗୋଲମରିଚ
    ଲେମ୍ବୁରସ – ୨ ଚାମଚ
    ଲୁଣ – ଆବଶ୍ୟକ ପରିମାଣରେ
    ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
    ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
    ଧନିଆ ପତ୍ର – ଅଳ୍ପ
    ପ୍ରସ୍ତୁତି ପ୍ରଣାଳୀ –
    ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଲେମ୍ବୁରସ ପକାଇ ଗୋଳାଇ ଭଲ ଭାବେ ରଖିଦିଅନ୍ତୁ। ଏବେ ଗୁଣ୍ଡ ମସଲା ପାଇଁ ଶୁଖିଲା ଲଙ୍କା ,ଡ଼ାଲଚିନି, ଜିରା, ଗୁଜୁରାତି, ବଡ଼ ଅଳେଇଚ, ଲବଙ୍ଗ, ଗୋଲମରିଚକୁ ଭଲ ଭାବେ ଛେଚି ଗୁଣ୍ଡ କରି ରଖନ୍ତୁ। ଏବେ ଗ୍ୟାସେରେ ତାୱା ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୁଜୁରାତି, ଡ଼ାଲଚିନି ପକାଇ ଗୋଳାଇ ରଖିଥିବା ଚିକେନ, ଅଳ୍ପ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣକୁ ପକାଇ ଭଲ ଭାବେ କଷନ୍ତୁ। କିଛି ସମୟ କଷିବା ପରେ କଟା ପିଆଜ ,କଟା ଟମାଟୋ ,ରଖିଥିବା ଗୁଣ୍ଡ ମସଲାକୁ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଅଧକପ ପାଣି ଦେଇ ପୁଣି ଗୋଳାନ୍ତୁ। ଗୋଳଇବା ପରେ ଧନିଆ ପତ୍ର ପକାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଚିକେନ କଷା ।।

    Maximum 500 characters

    ବିଶେଷ View all

    Find Us on Facebook