କିଛି ଲୋକଙ୍କର ଅଭ୍ୟାସ ହେଉଛି ପାଟିରେ କିଛି ନା ..."/> କିଛି ଲୋକଙ୍କର ଅଭ୍ୟାସ ହେଉଛି ପାଟିରେ କିଛି ନା ...">
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଚୁଇଙ୍ଗମ ଖାଉଥିଲେ ହୋଇଯାଆନ୍ତୁ ସାବଧାନ

    Share on :
    ajab-Image
    Date: Feb 19, 2021    Views: 2598

    କିଛି ଲୋକଙ୍କର ଅଭ୍ୟାସ ହେଉଛି ପାଟିରେ କିଛି ନା କିଛି ସବୁବେଳେ ଚୋବାଇବା  । ଚୁଇଙ୍ଗମ୍ ଚୋବାଇବା ସମୟରେ ଧ୍ୟାନ ଦିଅନ୍ତୁ ଏହା ଯେପରି ପେଟ ଭିତରକୁ ନଯିବ  । ଏହା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ  । ଏହା ସହଜରେ ହଜମ ହୋଇନଥାଏ  । ୪୦ରୁ ୪୫ ଘଂଟା ପର୍ଯ୍ୟନ୍ତ ଏହା ପେଟ ଭିତରେ ରହିଥାଏ  । ଚୁଇଙ୍ଗମରେ ଅନେକ ପ୍ରକାର ହାନିକାରକ ତତ୍ୱ ରହିଥାଏ  । ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ  । ଅନ୍ୟ ଖାଦ୍ୟ ପଦାର୍ଥ ଭଳି ଏହା ପେଟ ଭିତରେ ନଷ୍ଟ ହୋଇନଥାଏ  । ଏହାକୁ ଆପଣ ଯେତେ ସମୟ ଚୋବେଇବେ ତାହା ସେପରି  ଅବସ୍ଥାରେ ରହିଥିବ  । ଏହାକୁ ଆପଣ ଯଦି ଭୁଲରେ ଢୋକିଦେଇଛନ୍ତି ଏହା ଆପଣଙ୍କ ପେଟରେ ବସିଯାଏ ଏବଂ ପାଚନ ପ୍ରକ୍ରିୟାରେ ବାଧକ ସୃଷ୍ଟି ହୋଇଥାଏ  । ଅନ୍ୟ ଯେକøଣସି ଖାଦ୍ୟ ଖାଇଲେ ତାହା ପାଚନ ହୋଇ ବର୍ଜ୍ୟ ଆକାରରେ ଶରୀରରୁ ନିଷ୍କାସିତ ହୋଇଯାଏ  । ଚୁଇଙ୍ଗମ ଶରୀରରେ ଅଧିକ ସମୟ ରହିବା ଦ୍ୱାରା ହଜମ ପ୍ରକ୍ରିୟା ଡେରି ହୋଇଥାଏ ଏହା ଦ୍ୱାରା ରକ୍ତଚାପ ବଢ଼ିଯାଇଥାଏ  । ଏହା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ  । ଯଦି ଆପଣଙ୍କ ଶରୀରରେ ଏହା ଅଧିକ ସମୟ ପର୍ଯ୍ୟନ୍ତ ରହିଯାଏ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ  । 

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook