Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ମା’ ଦୁର୍ଗାଙ୍କ ତୃତୀୟ ଶକ୍ତି ଚନ୍ଦ୍ରଘଣ୍ଟା

    Share on :
    ajab-Image
    Date: Oct 19, 2020    Views: 3354

    ମାଙ୍କ ଦୁର୍ଗାଙ୍କ ତୃତୀୟ ଶକ୍ତି ହେଉଛି ଚନ୍ଦ୍ରଘଣ୍ଟା । ନବରାତି୍ରର ତୃତୀୟ ଦିନ ଚନ୍ଦ୍ରଘଣ୍ଟାର ପୂଜା କରାଯାଏ । ଅସୁର ବିନାଶ ପାଇଁ ମାଆ ଦୁର୍ଗାଙ୍କ ତୃତୀୟ ରୂପ ଭାବେ ଦେବୀ ଚନ୍ଦ୍ରଘଣ୍ଟା ପ୍ରକଟ ହୋଇଥିଲେ । ଦେବୀ ଚନ୍ଦ୍ରଘଣ୍ଟା ରାକ୍ଷସ ସଂହାର କରି ଦେବତାଙ୍କୁ ତାଙ୍କର ଭାଗ ପ୍ରଦାନ କରିଥିଲେ । ଦେବୀ ସମ୍ପୂର୍ଣ୍ଣ ଜଗତର ଦୁଃଖ ନାଶ କରିଥାଆନ୍ତି । ତାଙ୍କ ପୂଜା ଦ୍ୱାରା ଭକ୍ତଙ୍କ ମନବ‚ା ପୂର୍ଣ୍ଣ ହୁଏ । ଏଥିପାଇଁ ନବରାତ୍ରର ତୃତୀୟ ଦିନରେ ଏହି ପୂଜାକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । 

    ଦେବୀ ଚନ୍ଦ୍ରଘଣ୍ଟାଙ୍କ ଶରୀର ସୁନା ଭଳି ତେଜମୟ । ତାଙ୍କ ମଥାରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ରହିଛି, ଏଥିପାଇଁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଇଥାଏ । ତାଙ୍କର ୧୦ଟି ଭୁଜ ରହିଛି । ଭୁଜ ସବୁରେ କମଳ, ଧନୁତୀର, କମଣ୍ଡଳୁ, ଖଣ୍ଡା, ତି୍ରଶୂଳ ଓ ଗଦା ରହିଛି । ତାଙ୍କ କଣ୍ଠରେ ଧଳା ଫୁଲର ମାଳା । ରତ୍ନଜଡ଼ିତ ମୁକୁଟ ମଥାରେ ଶୋଭା ପାଉଥାଏ । ଦେବୀ ଚନ୍ଦ୍ରଘଣ୍ଟା ଭକ୍ତଙ୍କୁ ଅଭୟ ଦେଉଥିବା କଲ୍ୟାଣକାରୀ ଦେବୀ । ତାଙ୍କର ରୂପ ଓ ଗୁଣ ଅନୁସାରେ ତାଙ୍କୁ ପୂଜା କରାଯାଏ । ଚନ୍ଦ୍ରଘଣ୍ଟାର ଶକ୍ତିର ପୂଜା ଓ ସାଧନା ଦ୍ୱାରା ମଣିପୁର ଚକ୍ର ଜାଗ୍ରତ ହୋଇଥାଏ । ତାଙ୍କୁ ପୂଜା କରିବା ଦ୍ୱାରା ବୀରତା-ନିର୍ଭରତା ସହ ସୌମ୍ୟତା ଓ ବିନମ୍ରତାର ବିକାଶ ହୋଇଥାଏ । ତାଙ୍କୁ ପୂଜା କରିବା ଦ୍ୱାରା ମୁଖ, ନେତ୍ର ଓ ସମ୍ପୂର୍ଣ୍ଣ ଶରୀରରେ ଉଜ୍ଜ୍ୱଳତା ବଢ଼ିଥାଏ । କଣ୍ଠସ୍ୱର ଦିବ୍ୟ ଓ ମଧୁର ହୋଇଥାଏ । ଚନ୍ଦ୍ରଘଣ୍ଟାଙ୍କ ପୂଜା ଦ୍ୱାରା ଶାନ୍ତି ଓ ସୁଖ ଅନୁଭବ ହୋଇଥାଏ । ମାଆଙ୍କ କୃପାରୁ ସବୁ ପାପ ଓ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ । ଭକ୍ତଙ୍କ କଷ୍ଟ ଖୁବ ଶୀଘ୍ର ନିବାରଣ ହୋଇଥାଏ । ସେ ଅଭୟଦାୟିନୀ ମା’ ।

    Maximum 500 characters

    ସଂସ୍କୃତି View all

    Find Us on Facebook