Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ମୁହଁକୁ ଚିକଣ କରିବ ଗାଜର ରସ

    Share on :
    ajab-Image
    Date: Sep 10, 2020    Views: 2672

    ସୁନ୍ଦର ଚେହେରା କିଏ ନଚାହିଁ  । ଟିକେ ସୁନ୍ଦର ଦେଖାଯିବା ପାଇଁ ଝିଅମାନେ କେତେ କ’ଣ କରିନଥାନ୍ତି  । ଏହି ସମୟରେ ଯଦି ମୁହଁରେ ବ୍ରଣ ଆସିଯାଏ ଜୀବନ ପଳାଇଲା ପରି ଲାଗେ  । ଧୂଳି, ପ୍ରଦୂଷଣ କାରଣରୁ ବହୁତ ସମୟରେ ମୁହଁରେ ବ୍ରଣ ସମସ୍ୟା ଦେଖାଯାଏ  । ବ୍ରଣ ଆସିଲେ ବହୁତ ବ୍ୟସ୍ତ ଲାଗେ  । ବ୍ରଣ କେମିତି ଭଲ ହେବ ସେନେଇ ଆମେ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି  । ସେଥିମଧ୍ୟରୁ ଗାଜର ରସ ଅନ୍ୟତମ  ।  ଗାଜରରେ ଭିଟାମିନ ଏ ଓ ସି ରହିଥାଏ  । ଭିଟାମିନ ଏ ପ୍ରାକୃତିକ ଆଣ୍ଟିଅକ୍ସିଡେଣ୍ଟ ଅଟେ  । ଯାହା ସୁସ୍ଥ କୋଷିକା ଉପôନ କରେ ଫଳରେ ଆପଣ ମୁହଁରେ ଏକ ପ୍ରକାର ପ୍ରାକୃତିକ ଚମକ ଆସେ  । ଏହା ସୂର୍ଯ୍ୟର ହାନିକାରକ ରଶ୍ମିରୁ ମଧ୍ୟ ବଞ୍ଚାଇଥାଏ  । ତ୍ୱଚାର ବୟସ ବଢ଼ିବା ପ୍ରତି୍ରକିୟାକୁ କମ୍ କରେ  । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ତ୍ୱଚାକୁ ଠିକଠାକ ରଖିବା ସହିତ ସଫା ରଖେ  । ଯଦ୍ୱାରା ବ୍ରଣ ସମସ୍ୟା ଦେଖାଯାଏ ନାହିଁ  । ଗାଜର ରସରେ ଥିବା ଭିଟାମିନ ସି ତ୍ୱଚାରେ କୋଲେଜନ ଉପôାଦନକୁ ବଢ଼ାଇଥାଏ  । କୋଲେଜନ ତ୍ୱଚାର ଲୁଚାପଣ ହଟାଇବାରେ ସହାୟକ ହୋଇଥାଏ  । ଫଳରେ ଆପଣଙ୍କ ତ୍ୱଚା ନରମ ଓ ଚିକଣ ଲାଗେ  । ତେବେ ଜାଣିବା ଗାଜର ରସ ଦ୍ୱାରା କେମିତି ବ୍ରଣ ସମସ୍ୟାରୁ ମୁକ୍ତ ପାଇବେ  ।

    ଗାଜର ରସ ପ୍ୟାକ : ମୁହଁକୁ ସୁନ୍ଦର ଓ ବ୍ରଣ ମୁକ୍ତ କରିବା ପାଇଁ ଗାଜର ରସକୁ ସାଧାସଳଖ ଭାବେ ମୁହଁରେ ଲଗାଇ ପାରିବେ  । ସେଥିପାଇଁ ୨ଟି ବଡ଼ ଚାମଚ ଗାଜର ରସକୁ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ  । ଏହା ଶୁଖିଗଲା ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ  । ଏପରି ପ୍ରତିଦିନ କଲେ ମୁହଁ ଚିକଣ ହେବ  ।

    ଗାଜର ରସ ଓ ସମୁଦ୍ର ଲୁଣ : ସମୁଦ୍ର ଲୁଣରେ ଜୀବାଣୁ ମାରିବାର ଗୁଣ ରହିଛି  । ଯାହା ହାନିକାରକ ବ୍ୟାକ୍ଟେରିଆକୁ ମାରି ଦେଇଥାଏ  । ଆପଣଙ୍କ ତ୍ୱଚାକୁ ସଫା ରଖିଥାଏ  । ଏହା ତ୍ୱଚାରେ ଉପôନ ହେଉଥିବା ତେଲିଆ ଅଂଶକୁ ସନ୍ତୁଳିତ କରେ  । ଯଦ୍ୱାରା ବ୍ରଣ ସମସ୍ୟା ରୁହେ ନାହିଁ  । ଏହାକୁ ବ୍ୟବହାର କରିବା ପାଇଁ ୧ ଚା’ ଚାମଚ ଗାଜର ରସ ଓ ୧ ଚା’ ଚାମଚ ସମୁଦ୍ର ଲୁଣ ନିଅନ୍ତୁ  । ଏହାକୁ ମିଶାଇ ତୁଳାରେ ମୁହଁରେ ଲଗାଇ ଦିଅନ୍ତୁ  । ଏହା ଶୁଖିଗଲା ପରେ ଗରମ ପାଣିରେ ଏହାକୁ ଧୋଇ ଦିଅନ୍ତୁ  । 

    ଗାଜର ରସ ଓ ଜସ୍ମିନ ତେଲ : ଜସ୍ମିନ ତେଲରେ ଫଟିକ ଏସିଡ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ  । ଏହି ତେଲ ସ୍କିନରେ ମଶ୍ଚରାଇଜର କାମ କରିଥାଏ  । ଆଉ ତ୍ୱଚାକୁ ପୋଷଣ ଦେଇଥାଏ  । ୨ ଚାମଚ ଗାଜର ରସ ସହିତ ୧ ଚା’ ଚାମଚ ତେଲ ମିଶାଇ ମୁହଁରେ ଲଗାନ୍ତୁ  । ଏହାକୁ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ରଖି ତାହାକୁ ଧୋଇ ଦିଅନ୍ତୁ  । ଏପରି ସପ୍ତାହରେ ୨ ଥର କରନ୍ତୁ  । 

    ଗାଜର ରସ ଓ ମୁଲତାନି ମାଟି : ତେଲିଆ ଚେହେରାରେ ବ୍ରଣ ସମସ୍ୟା ଅଧିକ ଦେଖାଯାଇଥାଏ  । ମୁଲତାନି ମାଟି ମୁହଁରୁ ଅତିରିକ୍ତ ତେଲ ଶୋଷିନେଇଥାଏ  । ଏହା କେବଳ ମୁହଁରୁ ତେଲ ଓ ଧୂଳିକୁ ସଫା କରେ ନାହିଁ ବ୍ଲାକହେଡକୁ ମଧ୍ୟ ବାହାର କରିବାରେ ସହାୟକ ହୋଇଥାଏ  । ତେବେ ଗାଜର ରସକୁ ବାହାର କରି ସେଥିରେ ମୁଲତାନି ମାଟି ମିଶାଇ ପେଷ୍ଟ ତିଆରି କରନ୍ତୁ  । ଉକ୍ତ ପେଷ୍ଟକୁ ମୁହଁରେ ଲଗାଇ ୧୦ରୁ ୧୫ ମିନିଟ ଯାଏଁ ଛାଡ଼ି ଦିଅନ୍ତୁ  । ଏହାପରେ ନଖ ଉଷୁମ ପାଣିରେ ଏହାକୁ ଧୋଇ ଦିଅନ୍ତୁ  । ଏହାକୁ ସପ୍ତାହରେ ଥରେ ଲଗାନ୍ତୁ ବ୍ରଣ ସମସ୍ୟା ଦେଖାଯିବ ନାହିଁ  ।

    Maximum 500 characters

    ଘରକରଣ View all

    Find Us on Facebook