Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସୋସିଆଲ୍ ମିଡ଼ିଆରେ କ୍ୟାରିୟର୍‌, ୨୫ରୁ ଆରମ୍ଭ କରି ୫୦ ହଜାର ରୋଜଗାର କରିପାରିବେ

    Share on :
    ajab-Image
    Date: Feb 22, 2021    Views: 2534

    ଟେକ୍‌ନୋଲୋଜି ପ୍ରିୟ ଯୁବିପିଢ଼ି ପାଇଁ ଏବେ ବିଭିନ୍ନ ଅଣପାରମ୍ପାରିକ କ୍ଷେତ୍ରରେ ସୃଷ୍ଟି ହୋଇଛି ନିଯୁକ୍ତି ସୁଯୋଗ । ସେଥିମଧ୍ୟରୁ ସୋସିଆଲ୍ ମିଡ଼ିଆ ବା ସାମାଜିକ ଗଣମାଧ୍ୟମ ହେଉଛି ଏମିତି ଏକ କ୍ଷେତ୍ର ଯାହା ସାରା ଦୂନିଆ ସହିତ ସମ୍ପର୍କ ଯୋଡ଼ିବାରେ ସାହାଯ୍ୟ କରିବା ସହ କ୍ୟାରିୟର ଗଢ଼ିବାର ସୁଯୋଗ ମଧ୍ୟ ସୃଷ୍ଟି କରିଛି ।
    ଯଦି ସୋସିଆଲ୍ ମିଡ଼ିଆର ଦୂନିଆ ଆପଣଙ୍କୁ ପସନ୍ଦ ଲାଗୁଥାଏ ଆଉ ଆପଣର କିଛିଟା ବୈଷୟିକ ଦକ୍ଷତା ଥାଏ ତାହେଲେ ସୋସିଆଲ ମିଡ଼ିଆ ମ୍ୟାନେଜର ଭାବରେ ନିଜର ଏକ ନୂଆ କ୍ୟାରିୟର ଆରମ୍ଭ କରିପାରିବେ । ଏବେ ସୋସିଆଲ୍ ମିଡ଼ିଆ ମ୍ୟାନେଜରଙ୍କର ଚାହିଦା ପ୍ରାୟ ଅଧିକାଂଶ କ୍ଷେତ୍ରରେ ଦେଖା ଦେଲାଣି । ଯେଉଁମାନେ ଏଥିରେ ବିଶେଷ ଦକ୍ଷତା ଅର୍ଜନ କରିଛନ୍ତି ସେମାନଙ୍କ ପାଇଁ ଅର୍ଥ ରୋଜଗାର ଆଉ ସମସ୍ୟା ହୋଇ ରହିନାହିଁ ।
    ଏବେ ଆସନ୍ତୁ ଜାଣିବା ସୋସିଆଲ ମିଡ଼ିଆ ମ୍ୟାନେଜରଙ୍କ କାମ କ’ଣ । ଏବେ ଫେସ୍‌ବୁକ୍‌, ଟ୍ୱିଟର୍‌, ଇନ୍‌ଷ୍ଟାଗ୍ରାମ୍‌, ୟୂଟ୍ୟୁବ୍ ଭଳି ସୋସିଆଲ୍ ମିଡ଼ିଆ ପ୍ଲାଟଫମ୍‌ର୍ରେ ବିଭିନ୍ନ କମ୍ପାନୀ ନିଜ ନିଜ ପ୍ରଡକ୍ଟ ଆଉ ସର୍ଭିସର ଖୁବ୍ ପ୍ରଚାର ପ୍ରସାର କରୁଛନ୍ତି । ଏଥିରେ ହିଁ ରହିଥାଏ ସୋସିଆଲ୍ ମିଡ଼ିଆ ମ୍ୟାନେଜରଙ୍କର ସବୁଠୁ ବଡ଼ ଭୂମିକା । ତାଙ୍କର କାର୍ୟ୍ୟ ହେଲା କୌଣସି ବ୍ରାଣ୍ଡ୍‌କୁ ସଠିକ୍ ଢ଼ଙ୍ଗରେ ଅନ୍‌ଲାଇନ୍ ବା ସୋସିଆଲ୍ ମିଡ଼ିଆ ପ୍ଲାଟଫମ୍‌ର୍ ପାଇଁ ପ୍ରସ୍ତୁତ କରିବା ଏବଂ କଷ୍ଟମର୍ ଆଉ କ୍ଲାଏଂଟ୍ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରେଇବା । କେଉଁ ବ୍ରାଣ୍ଡ୍ ପାଇଁ କେଉଁ ସୋସିଆଲ୍ ମିଡ଼ିଆ ପ୍ଲାଟଫମ୍‌ର୍ କେଉଁ ସମୟରେ ସବୁଠୁଁ ଲାଭଦାୟକ ହେବ ତା’ର ରଣନୀତି ବା ଷ୍ଟ୍ରାଟେଜି ତିଆରି କରିବା ବି ମିଡ଼ିଆ ମ୍ୟାନେଜରଙ୍କ କାର୍ୟ୍ୟ ପରିସରର ଦାୟିତ୍ୱ ।
    ଏବେ ମନରେ ପ୍ରଶ୍ନ ଆସୁଥିବ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ରହିଛି କି? ଏଥିପାଇଁ କୌଣସି ବିଶେଷ ଶିକ୍ଷା ଆ ତାଲିମ୍ ଗ୍ରହଣ କରିବାକୁ ପଡ଼େ କି? ହଁ, ଏଥିପାଇଁ ଇଂରାଜି ଭାଷାର ଜ୍ଞାନ୍ ସହିତ ମାସ୍ କମ୍ୟୁନିକେସନ୍‌ରେ ଯୋଗ୍ୟତା ଥିଲେ କ୍ୟାରିୟର ପାଇଁ ଭଲ ବା ସହଜରେ କାମ ହୋଇ ପାରିବ ବୋଲି କହିପାରିବା । ଯଦିଓ ଭଲ କମ୍ୟୁନିକେସନ୍ ଦକ୍ଷତା, ଥିବା ଇଂଜିନିୟରିଂ, ଆଟ୍‌ସ, କମର୍ସ ଗ୍ରାଜୁଏଟ୍ ମଧ୍ୟ ଏଥିରେ ନିଜ ପାଇଁ କ୍ୟାରିୟର ବାଛିପାରିବେ । ତେବେ ସୋସିଆଲ୍ ମିଡ଼ିଆ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବଢ଼ୁଥିବା ଦେଖି ଏବେ ଅ÷ନେକ ଶିକ୍ଷାନୁଷ୍ଠାନ୍ ଏଥିପାଇଁ କୋର୍ସ ମଧ୍ୟ ଆରମ୍ଭ କଲେଣି । ଇଂଟରନେଟ୍ ଆଣ୍ଡ୍ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଆଉ ଏକ ଘରୋଇ ସଂସ୍ଥା ସହିତ ମିଶି ସୋସିଆଲ୍ ମିଡ଼ିଆ କୋର୍ସ ଆରମ୍ଭ କରିଛନ୍ତି ।
    ଏବେ ଜାଣିବାକୁ ଇଛା ହେଉଥିବ ଏହି କ୍ଷେତ୍ରରେ ରୋଜଗାରର କ’ଣ ସୁଯୋଗ ରହିଛି । ବିଭିନ୍ନ ସଂସ୍ଥା ପାଇଁ କାମ କରିବାର ସୁଯୋଗ ମିଳିଲେ ରେଜଗାରରେ ତାରତମ୍ୟ ରହିପାରେ । ଆରମ୍ଭରୁ କମ୍ ଅଭିଜ୍ଞତାସମ୍ପନ୍ନ ପ୍ରାର୍ଥୀଙ୍କ ପାଇଁ ଯଦିଓ କମ୍ ରୋଜଗାରର ସୁଯୋଗ ରହିଛି ମାତ୍ର ଅଭିଜ୍ଞ ପ୍ରାର୍ଥୀଙ୍କ ପାଇଁ ଏହାର କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ । ତେବେ ଏଥିରେ ୨୫ ହଜାରରୁ ଆରମ୍ଭ କରି ଜଣେ ୫୦ ହଜାର ବା ତା ଠାରୁ ଅଧିକ ରୋଜଗାର କରିପାରିବେ । ଆଉଥରେ ମନେରଖନ୍ତୁ, ଆପଣ ଯଦି କୌଣସି କମ୍ପାନୀକୁ ଅଧିକ ଆଥିକ ଲାଭ ଦେଇପାରିବେ ତାହେଲେ ଆପଣ ମଧ୍ୟ ଅଧିକ ରୋଜଗାର କରିପାରିବେ ।

    Maximum 500 characters

    ବିଶେଷ View all

    Find Us on Facebook