ମୁଖ୍ୟ ଖବର
ସାଧାରଣ କେଶ: ଏହି ପ୍ରକାରର କେଶ ବେଶି ତେଲିଆ ବା ଶୁଷ୍କ ହୋଇନଥାଏ । ଏହିପରି କେଶ ଥିବା ନାରୀମାନେ ସପ୍ତାହକୁ ଥରେ ଗ୍ଲିସେରିନ କିମ୍ବା ରିଠା ଯୁକ୍ତ ସାମ୍ପୋ ବ୍ୟବହାର କରିବା ଭଲ । ଏକ ଭଲ ସାମ୍ପୋ ଚୟନ କରି ସବୁବେଳେ ସେହି ସାମ୍ପୋକୁ ବ୍ୟବହାର କରନ୍ତୁ । ସାମ୍ପୋ ବଦଳାଇବା କେଶ ପାଇଁ ହାନିକାରକ ହୋଇପାରେ ।
କଣ୍ଡିସନିଂ- ବଜାରରେ ବିଭିନ୍ନ ପ୍ରକାରର କଣ୍ଡିସନର ମିଳୁଛି । କେଶ ସାମ୍ପୋ ପରେ ଭଲ ଭାବେ ଧୋଇ ସାରିଲେ କଣ୍ଡିସନିଂ ଲଗାଇବେ । ଯେକୌଣସି କମ୍ପାନୀ କଣ୍ଡିସନର ହେଉ ନା କାହିଁକି ପାଞ୍ଚ ମିନିଟରୁ ଅଧିକ ସମୟ କେଶରେ ରଖନ୍ତୁ ନାହିଁ ।
ଶୁଷ୍କ କେଶ: ଶୁଷ୍କ କେଶ ସାଧାରଣତଃ ଚମକହୀନ ଓ ଟାଣ ହୋଇଥାଏ । ଏହିପରି କେଶ ଥିବା ନାରୀମାନେ ଅଁଳା ତେଲକୁ କେଶ ମୂଳରେ ମାଲିସ କରନ୍ତୁ । କେଶକୁ ନରମ କରିବା ପାଇଁ ଗରମ ତେଲିଆକୁ କେଶରେ ବାନ୍ଧି ବାମ୍ଫ ଦିଅନ୍ତୁ । ଶିକାକାଇ ଯୁକ୍ତ ସାମ୍ପୋ ଶୁଷ୍କ କେଶ ପାଇଁ ଭଲ । ନଡ଼ିଆ ତେଲ ସହିତ ଲେମ୍ବୁ ରସ ମିଶାଇ କେଶ ମୂଳରେ ମାଲିସ କଲେ ଶୁଷ୍କପଣ ଦୂର ହୋଇଥାଏ ।
ତେଲିଆ କେଶ: ନଡିଆ ତେଲକୁ ନଖ ଉଷୁମ କରି କେଶରେ ମାଲିସ କରନ୍ତୁ । ଏହା ପରେ ଭଲ ଭାବେ ସାମ୍ପୋ କରି ଦିଅନ୍ତୁ । ସପ୍ତାହକୁ ଦୁଇ ଥର ସାମ୍ପୋ କରିବା ଭଲ । ଏହା ସହିତ ତେଲିଆ କେଶ ଥିବା ଯୁବତୀ ଗରିଷ୍ଠ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।
କୁଞ୍ଚୁକୁଞ୍ଚିଆ କେଶ: ଏହି କେଶକୁ ଦିନରେ ବାରମ୍ବାର କୁଣ୍ଡାଇବାକୁ ପଡ଼ିଥାଏ । ନଡ଼ିଆ ତେଲକୁ ଉଷୁମ କରି କେଶ ମୂଳରେ ମାଲିସ କରନ୍ତୁ । ଏହା ପରେ ପାନିଆକୁ ଓଦା କରି କେଶକୁ ଧୀରେ ଧୀରେ କରି କୁଣ୍ଡାନ୍ତୁ । କେଶ ଓଦା ଥିବା ସମୟରେ ଲମ୍ବା ବେଣୀ ପକାଇ ତାହାକୁ ଶୁଖିବାକୁ ଦିଅନ୍ତୁ । ଏହିପରି ସପ୍ତାହକୁ ଦୁଇଥର କେଲ କେଶ ସିଧା ହେବାକୁ ଲାଗେ ।
ପାଚିଲା କେଶ: ଅସମୟରେ କେଶ ପାଚିବା ଏକ ବଡ଼ ସମସ୍ୟା । ଶରୀରରେ ଭିଟାମିନ ‘ଏ’ ଓ ‘ଡି’ ଜମିଗଲେ କେଶ ପାଚିଥାଏ । ମେହେନ୍ଦିରେ ଅଁଳା ଗୁଣ୍ଡକୁ ମିଶାଇ ଲଗାନ୍ତୁ କିମ୍ବା ଜଡ଼ା ତେଲରେ କଫି ପାଉଡର ମିଶାଇ କେଶରେ ମାଲିସ କରନ୍ତୁ । ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାରର ହେୟାର କଲରଠାରୁ ଦୂରେଇ ରୁହନ୍ତୁ ।
Comments ସମସ୍ତ ମତାମତ