Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କ୍ୟାବିନେଟ: ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ମାନ୍ୟତା

    Share on :
    ajab-Image
    Date: Jun 7, 2020    Views: 4926

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର  ଦ୍ୱିତୀୟ ବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ନୀବନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ।  ରବିବାର ସତ୍ତ୍ୱେ ଅନୁଷ୍ଠିତ ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।  ତାହା ହେଲା ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା  ମିଳିବ ।  ରାଜ୍ୟ ସଂଗୀତ ମାନ୍ୟତା ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା ମିଳିଛି ।   ଆଜିର କ୍ୟାବିନେଟ ବୈଠକରେ କେବଳ ଏହି ଗୋଟିଏ ପ୍ରସ୍ତାବ ପାରିତ ହୋଇଥିବା ସୂଚନା ମିଳିଛି ।  

    ସୂଚନା ଯୋଗ୍ୟ ଯେ, ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ପାଇଁ ବିଭିନ୍ନ ମହଲରୁ ଲଗାତାର ଦାବି ହୋଇଆସୁଥିଲା । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ପାଇଁ ଓଡ଼ିଆ ଭାଇଭଉଣୀଙ୍କୁ ଏହି ଗୀତ ଗାଇବା ପାଇଁ ଆହ୍ୱାନ ଦେଇଥିଲେ ।   ସେତେବେଳେ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରସଙ୍ଗ ଜୋର ଧରିଥିଲା । 

    ଉଲ୍ଲେଖଯୋଗ୍ୟ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏହି ଦେଶାତ୍ମବୋଧକ ସଂଗୀତକୁ ୧୯୧୨ ମସିହାରେ ରଚନା କରିଥିଲେ। ଏହା ପ୍ରଥମ କରି ଉତ୍କଳ ସମ୍ମିଳନୀ ଅଧିବେଶନରେ ଗାନ କରାଯାଇଥିଲା। ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବା ପରଠାରୁ କାନ୍ତକବିଙ୍କର ଏହି କାଳଜୟୀ ରଚନା ରାଜ୍ୟ ସଂଗୀତ ଭାବେ ସର୍ବଜନବିଦିତ ଥିଲା। ୧୯୯୪ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ଏହାକୁ ଓଡ଼ିଶା ବିଧାନସଭାର ପ୍ରତି ଅଧିବେଶନରେ ଉଦଯାପନୀ ସଂଗୀତ ଭାବେ ଗାନ କରିବା ନିଷ୍ପତ୍ତି ହୋଇଥିଲା।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook