Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଜାଣନ୍ତୁ କ୍ୟାବିନେଟରେ କି ନିଷ୍ପତି ନେଲେ ସରକାର

    Share on :
    ajab-Image
    Date: May 29, 2020    Views: 4904

    ଅଙ୍ଗନବାଡ଼ି ପିଲାଙ୍କୁ ମିଳିବ ଜୋତା, ମୋଜା ଓ ସ୍ୱେଟର
    ୨୨ ପ୍ରସ୍ତାବକୁ କ୍ୟାବିନେଟର ମୋହର
    ହୋଟେଲ ଓ ରେଷ୍ଟୁରାଂଟ ଭଳି ପର୍ଯ୍ୟଟନ ପ୍ରକଳ୍ପକୁ ଇଡ଼କୋ ଦେବ ଜମି
    କୃଷି ଓ ଆନୁଷଙ୍ଗିକ ବିଷୟର ୟୂଜି ପାଠ୍ୟକ୍ରମକୁ ପ୍ରଫେସନାଲ ଡିଗ୍ରୀ ଭାବେ ଗ୍ରହଣ କରାଯିବ
    ଆସ୍କା ଚିନିକଳକୁ ୧୫ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଂଟି
    କଂଟ୍ରାକ୍ଟ ଫାର୍ମିଂ ଅଧ୍ୟାଦେଶକୁ ମୋହର
    ଜିଏସଟି ସଂଶୋଧନ ଅଧ୍ୟାଦେଶକୁ ମଂଜୁରୀ
    ଡିଲରଙ୍କ ସମୟସୀମା ଅବଧି ବଢ଼ିବ
    ଶକ୍ତି ବିଭାଗ ଅଧିନକୁ ଯିବ ଓରେଡା
    କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ସ୍କୁଲକୁ ବାର୍ଷିକ ୧ ଟଙ୍କା ଭଡ଼ାରେ ଜମି
    ପ୍ରତି ୫ ବର୍ଷରେ ସୋସାଇଟଗୁଡ଼ିକ କରିବାକୁ ପଡ଼ିବ ରିନୁ୍ୟଆଲ


    ଭୁବନେଶ୍ୱର : ଅଙ୍ଗନବାଡ଼ି ପିଲାଙ୍କୁ ଜୋତା, ମୋଜା ଓ ସ୍ୱେଟର ମିଳିବ  । ସେହିପରି ହୋଟେଲ, ରେଷ୍ଟୁରାଂଟ ଭଳି ପର୍ଯ୍ୟଟନ ପ୍ରକଳ୍ପକୁ ଇଡ଼କୋ ଜରିଆରେ ଜମି ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଛି । କୃଷି ସଂକ୍ରାନ୍ତୀୟ ଅଣ୍ଡର ଗ୍ରାଜୁଏଟ କୋର୍ସକୁ ପ୍ରଫେସନାଲ କୋର୍ସର ମାନ୍ୟତା ପ୍ରଦାନ କରାଯିବ  । ଓରେଡ଼ା ଶକ୍ତି ବିଭାଗକୁ ଯାଇଥିବାବେଳେ ଆସ୍କା ଚିନିକଳକୁ ୧୫ କୋଟିର ବ୍ୟାଙ୍କ ଗ୍ୟାରେଂଟି ଦିଆଯାଇଛି  । ଏଣିକି ସୋସାଇଟଗୁଡ଼ିକୁ ପ୍ରତି ୫ ବର୍ଷରେ ଥରେ ନବୀକରଣ କରିବାକୁ ପଡ଼ିବ  । ଇ-ମାର୍କେଟ ଜରିଆରେ ଉପôାଦକୁ ଚାଷୀ ବିକ୍ରି କରିପାରିବେ । ବାଲେଶ୍ୱର ଠାରେ ଏନଡ଼ିଆରଏଫର ଏକ ୟୂନିଟ ପ୍ରତିଷ୍ଠା ପାଇଁ ମାଗଣାରେ ୩.୫ ଏକର ଜମି ଯୋଗାଇ ଦିଆଯାଇଥିବାବେଳେ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡ଼ାରେ ଜମି ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଛି  । ଏନେଇ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି  ।
    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା  । ଏହି ବୈଠକରେ ୨୨ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଅନୁମୋଦନ କରାଯାଇଥିଲା  । 
    ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକ ପାଇଁ ଇଡ଼କୋ ଉଭୟ ସରକାରୀ/ବେସରକାରୀ ଜମି ଚିହ୍ନଟ, ଅଧିଗ୍ରହଣ ଓ ଆବଂଟନ କରିବ  । ଏଥିପାଇଁ ଇଡ଼କୋ ଏକ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିବ  । ଏହି ସଂଶୋଧନ ଦ୍ୱାରା ପର୍ଯ୍ୟଟନ ପ୍ରକଳ୍ପ ନିମନ୍ତେ ଜମି ଆବଂଟନ ପ୍ରକ୍ରିୟା ସରଳୀକୃତ ହୋଇପାରିବ  । ତେବେ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଭିତିଭୂମିର ବିକାଶ ହୋଇନଥିଲେ ଇଡ଼କୋ ଆଇପିଆର ଦର ସହ ଅତିରିକ୍ତ ୨% ପ୍ରଶାସନିକ ଖର୍ଚ୍ଚ ବାବଦରେ ନେବ  । ଯଦି ଭିତିଭୂମିର ବିକାଶ ହୋଇଥିବ ତେବେ ଭିତିଭୂମି ବିକାଶ ଖର୍ଚ୍ଚ ସହ ଅନ୍ୟ ଶିଳ୍ପାଂଚଳ ଯେଉଁଭଳି ଆଇପିଆର ଦର  ପ୍ରଦାନ କରୁଥିବ ସେଭଳି ଦେବାକୁ ପଡ଼ିବ  ।
    ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ କୃଷି ଓ ଆନୁଷଙ୍ଗିକ ବିଷୟର ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମକୁ ପ୍ରଫେସନାଲ ଡିଗ୍ରୀ ପାଠ୍ୟକ୍ରମ ଭାବେ ଗ୍ରହଣ କରାଯିବ  । ଏହାଦ୍ୱାରା ଏହି ଡିଗ୍ରୀଧାରୀମାନଙ୍କ ଦକ୍ଷତା ଓ ନୈତିକ ବଳ ବୃଦ୍ଧି ପାଇବା ସହ କୃଷି ଓ ଆନୁଷଙ୍ଗିକ ସେବାର ଗୁଣାତ୍ମକମାନ ବୃଦ୍ଧି କରିବା ନିମନ୍ତେ ପ୍ରୋତ୍ସାହିତ କରିବ  । ଅଙ୍ଗନବାଡ଼ିରେ ପଢ଼ୁଥିବା ପିଲାମାନଙ୍କୁ ପୂର୍ବରୁ ୨ ହଳ ୟୂନିଫର୍ମ ମିଳୁଥିବାବେଳେ ଏବେ ସେମାନଙ୍କୁ ଜୋତା, ମୋଜା ଓ ସ୍ୱେଟର ଦେବା ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି  । 
    ଆସ୍କା ସମବାୟ ଚିନି ଶିଳ୍ପ ପାଇଁ ରାଜ୍ୟ ସରକାର ୧୫ କୋଟିର ବ୍ୟାଙ୍କ ଗ୍ୟାରେଂଟି ଦେବା ପାଇଁ ନିଷ୍ପତି ନେଇଛନ୍ତି  । ଏହି ଅର୍ଥରେ ଆଖୁଚାଷୀଙ୍କ ପାଉଣା ଭରଣା କରାଯିବ  । ଏହି ସରକାରୀ ଗ୍ୟାରେଂଟିର ସମୟସୀମା ଅବଧି ଗ୍ୟାରେଂଟି ଜାରି ହେବା ଦିନଠାରୁ ଆଠ ମାସ ରଖାଯାଇଛି  । କଂଟ୍ରାକ୍ଟ ଫାର୍ମିଂ ଅଧ୍ୟାଦେଶକୁ କ୍ୟାବିନେଟ ମୋହର ଦେଇଛନ୍ତି  । ଏହି ଅଧ୍ୟାଦେଶ ଅନୁଯାୟୀ କୃଷକର ଜମି କିମ୍ବା ପରିସରରେ କୌଣସି ସ୍ଥାୟୀ ନିର୍ମାଣ ହୋଇପାରିବ ନାହିଁ । କୌଣସି ଜମିର ଅଧିକାର ଦାବି ପ୍ରାୟୋଜକଙ୍କ ଠାରେ ରହିବ ନାହିଁ  । କ୍ଷୁଦ୍ର ଚାଷୀଙ୍କୁ ଏକତ୍ରିତ କରିବା ପାଇଁ କୃଷକ ଉପôାଦକ ସଂଗଠନର ପ୍ରୋତ୍ସାହନ ପ୍ରଦାନ କରାଯାଇଛି  । ଏହାଛଡ଼ା ଚୁକ୍ତିଭିତିକ ଉପôାଦନଗୁଡ଼ିକ ଫସଲ ଓ ପଶୁପାଳନ ବୀମା ଅଧିନରେ ରହିବ  । କୃଷି ଉପôାଦନ ଓ ପଶୁ ସମ୍ପଦ ମାର୍କେଟିଂ ଅଧିନିୟମକୁ କ୍ୟାବିନେଟର ମଂଜୁରୀ ମିଳିଛି  । ଏହି ପ୍ରସ୍ତାବିତ ଅଧ୍ୟାଦେଶର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ମାର୍କେଟ ୟାଡର଼୍ ସ୍ଥାପନ,  ରାଜ୍ୟସ୍ତରୀୟ ଏକକ ବଜାର, ସମଗ୍ର ରାଜ୍ୟକୁ ଏକ ଏନଫୋର୍ସମେଂଟ ଏରିଆ ଘୋଷଣା କରିବା, ଇ-ବାଣିଜ୍ୟର ପ୍ରୋତ୍ସାହନ, ରାଜ୍ୟବ୍ୟାପୀ ଏକକ ବାଣିଜ୍ୟ ଲାଇସେନ୍ସ ପ୍ରଦାନ, କୃଷି ମାର୍କେଟିଂ ସେବା ଗଠନ ଆଦି ରହିଛି  । 
    ଅପରପକ୍ଷରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ଅଧ୍ୟାଦେଶ ୨୦୨୦କୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି  । ଫଳରେ ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ଅଧିନିୟମ ଅଧିନରେ ନିର୍ଦ୍ଧାରିତ କିମ୍ବା ଅଧିସୂଚିତ ବିଭିନ୍ନ ବ୍ୟବସ୍ଥାର ଅନୁପାଳନ, ଯଥା; ଦ୍ରବ୍ୟ ଓ ସେବା ଯୋଗାଣର ବିବରଣୀ, ଫେରସ୍ତ ଦାବି ଦାଖଲ କରିବା, ଅପିଲ ଦାଖଲ କରିବାର ତାରିଖକୁ, ଦ୍ରବ୍ୟ ଓ ସେବା କର ପରିଷଦର ସୁପାରିଶ କ୍ରମେ ବୃଦ୍ଧି କରିବା ଲାଗି କ୍ଷମତା  ପ୍ରଦାନ କରିବ  । ଓଡ଼ିଶା ଅର୍ଥ ସେବା ନିୟମାବଳୀରେ ସଂଶୋଧନ କରାଯାଇଛି  । ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ଲଗାଇଛନ୍ତି  । ପେଟ୍ରୋଲ ଓ ଡିଜେଲ ଉପରେ ବୃଦ୍ଧି ପାଇଥିବା ଭାଟକୁ କ୍ୟାବିନେଟର ମୋହର ଦେଇଛନ୍ତି  । ଗତ ୧୭ରେ ପେଟ୍ରୋଲ ଉପରେ ଭାଟ ୨୬ରୁ ୩୨%କୁ ବୃଦ୍ଧି ପାଇଥିବାବେଳେ ଡିଜେଲ ଉପରେ ୨୬%ରୁ ୨୮%କୁ ବୃଦ୍ଧି କରାଯାଇଥିଲା  । 
    ବେସରକାରୀ ଡିଲରମାନଙ୍କ ଦ୍ୱାରା ସାଧାରଣ ବଂଟନ ବ୍ୟବସ୍ଥାକୁ ସୁଚାରୂ ରୂପେ ଚାଲୁ ରଖିବା ପାଇଁ ସମୟ ସୀମା ଅବଧି ୪ରୁ ୫ ବର୍ଷକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି  । ଯାହାଫଳରେ ସାଧାରଣ ବଂଟନ ବ୍ୟବସ୍ଥାକୁ ପୂର୍ଣ୍ଣମାତ୍ରାରେ ସୁଚାରୁରୂପେ କାର୍ଯ୍ୟକାରୀ କରାଯାଇପାରିବ  । ଏନେଇ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି  । ସେହିପରି ଓଡ଼ିଶା ଶକ୍ତି ବିଭାଗ ଅଧିନକୁ ଓରେଡ଼ା ଯିବ  । ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ଦେଇଛି  । ଏହାଦ୍ୱାରା ରାଜ୍ୟରେ ସମସ୍ତ ଶକ୍ତି ଉପôାଦନ କ୍ଷେତ୍ର ଏକକ ପ୍ରଶାସନିକ ବିଭାଗ ଅଧିନରେ କାର୍ଯ୍ୟ ସମ୍ପାଦନ କରିବା ଦ୍ୱାରା କାର୍ଯ୍ୟଦକ୍ଷତା ବୃଦ୍ଧି ହୋଇପାରିବ  । ଓଡ଼ିଶା ବିଧି ସେବାର ବିଧି ଅଧିକାରୀ, ଅନୁଶାସନ ସଚିବ, ଉପଶାସନ ସଚିବ ଏବଂ ଯୁଗ୍ମ ଶାସନ ସଚିବଙ୍କ ପଦୋନ୍ନତି ପାଇଁ ଉଦ୍ଧିଷ୍ଟ ଚୟନ ବୋଡର଼୍ରେ ବିଧିଚେତକଙ୍କୁ ସଦସ୍ୟ ରଖିବାର ଅସଙ୍ଗତିକୁ ଏଡ଼ାଇବା ନିମନ୍ତେ ଓଡ଼ିଶା ବିଧିକ ସେବା ନିୟମାବଳୀରେ ସଂଶୋଧନ ଅଣାଯାଇଛି  । ଉକ୍ତ ଚୟନ ବୋଡର଼୍ରେ ସ୍ୱତନ୍ତ୍ର ଶାସନ ସଚିବ କିମ୍ବା ତାଙ୍କ ଅନୁପସ୍ଥିତିରେ ଉକ୍ତ ସେବାର ଅତିରିକ୍ତ ଶାସନ ସଚିବଙ୍କୁ ଚୟନ ବୋଡର଼୍ର ସଦସ୍ୟ ରଖିବା ନିମନ୍ତେ ନିଷ୍ପତି ନିଆଗଲା  । 
    କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହାର ନବୋଦୟ ବିଦ୍ୟାଳୟଗୁଡ଼ିକ ପୂର୍ବରୁ ଦେଉଥିବା ବାର୍ଷିକ ଭୂ-ରାଜସ୍ୱ ଓ ସେସ ପରିବର୍ତେ ବାର୍ଷିକ ୧ ଟଙ୍କା ଦେବା ନିମନ୍ତେ ସରକାର ନିଷ୍ପତି ନେଇଛନ୍ତି  । ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ବର୍ତମାନ ସୁଦ୍ଧା ଥିବା ଦେୟ ଓ ସୁଧ ଛାଡ଼ କରିବାକୁ ବି ନିଷ୍ପତି ନିଆଯାଇଛି । ତେବେ ଯେଉଁମାନେ ଦେୟ ପଇଠ କାରିଛନ୍ତି ତାହା ଫେରସ୍ତ ହେବନାହିଁ  । ଏଣିକି ସୋସାଇଟଗୁଡ଼ିକୁ ପ୍ରତି ପାଂଚବର୍ଷରେ ରେଜିଷ୍ଟ୍ରେସନ ନବୀକରଣ କରିବାକୁ ପଡ଼ିବ  । ଏନେଇ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି  । ସେହିପରି ବାଲେଶ୍ୱର ସଦର ତହସିଲ ହିଡ଼ିଗାଁରେ ୩.୫ ଏକର ଜମିକୁ ଏନଡ଼ିଆରଏଫର ଏକ ୟୂନିଟ ସ୍ଥାପନ ପାଇଁ ପ୍ରଦାନ କରାଯାଇଛି  । ଏଥିପାଇଁ ଏନଡ଼ିଆରଏଫକୁ କୌଣସି ସରକାରୀ ଦେୟ ଦେବାକୁ ପଡ଼ିବ ନାହିଁ  । ରେଙ୍ଗାଲୀ ବାମ ପାଶ୍ୱର୍ କେନାଲର ୨୩୦ କୋଟି ୯୩ ଲକ୍ଷ ଟଙ୍କାର ଟେଣ୍ଡର ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି  । ସର୍ବନିମ୍ନ ବିଡ଼ ଦାଖଲ କରିଥିବା ଗେମନ ଇଂଜିନିୟର୍ସ ଏଣ୍ଡ କଂଟ୍ରାକ୍ଟର ପ୍ରାଇଭେଟ ଲିମିଟେଡ଼- ଡିଡି ବିଲଡ଼ର ଲିମିଟେଡ଼କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ  । ଅପରପକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିନରେ ଓଡ଼ିଶା ପ୍ରଶାସନ ସେବା(କନିଷ୍ଠ ବର୍ଗ)ରେ ୧୯୨ଟି ପଦବୀ ସୃଷ୍ଟି କରିବାକୁ ନିଷ୍ପତି ନିଆଯାଇଛି  ।
    ଶ୍ରମ ବିଭାଗର ଆଇନରେ ସଂଶୋଧନ କରାଯାଇଛି  । ଏଣିକି ଜଣେ ଶ୍ରମିକ ତିନିମାସରେ ୧୧୫ ଘଂଟାରୁ ଅଧିକ ଓଭରଟାଇମ କରିପାରିବେ  । ସହମତି ଭିତିରେ ରାତି ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମହିଳା ଶ୍ରମିକ ନିୟୋଜନର ବ୍ୟବସ୍ଥା କରାଯାଇପାରିବ  । ୧୮୦ ଦିନ କାମ କଲେ ଶ୍ରମିକଙ୍କୁ ଛୁଟି ମିଳିପାରିବ  । ଏହି ଛୁଟି ପାଇଁ ଶ୍ରମିକଙ୍କୁ ଟଙ୍କା ମିଳିବ  । ଅପରପକ୍ଷରେ ଓଏଫଏସ କ୍ୟାଡ଼ର ସଂଶୋଧନ, ଶିଳ୍ପ ବିବାଦ ଆଇନ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମଂଜୁରୀ ପ୍ରଦାନ କରାଯାଇଛି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook