Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନଭେମ୍ବରରେ ତିର୍ତୋଲ ଓ ବାଲେଶ୍ୱର ଉପ ନିର୍ବାଚନ

    Share on :
    ajab-Image
    Date: Sep 4, 2020    Views: 4086

    ଭୁବନେଶ୍ୱର : ନଭେମ୍ବରରେ ଅନୁଷ୍ଠିତ ହେବ ତିର୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ  । ଏନେଇ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ଘୋଷଣା କରିନଥିଲେ ମଧ୍ୟ ଏନେଇ ଇଙ୍ଗିତ ଦେଇଛନ୍ତି  । ବିହାର ବିଧାନସଭା ନିର୍ବାଚନ ସହ ଏହି ଉପନିର୍ବାଚନ ହେବବୋଲି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି  ।   ବିଭିନ୍ନ ରାଜ୍ୟର ୬୫ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ନିର୍ବାଚନ କରାଯିବ  । ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛିଯେ, ନଭେମ୍ବର ୨୯ ପୂର୍ବରୁ ବିହାର ବିଧାନସଭା ନିର୍ବାଚନ ଶେଷ ହେବ  । ତେଣୁ ନଭେମ୍ବରରେ ତିର୍ତୋଲ ଓ ବାଲେଶ୍ୱରରେ ମଧ୍ୟ ଉପନିର୍ବାଚନ ହେବବୋଲି କୁହାଯାଇପାରିବ । 

    ସୂଚନାଯୋଗ୍ୟଯେ, ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପରଲୋକ ହୋଇଯାଇଛି  । ଫଳରେ ତିର୍ତୋଲ ଆସନଟି ଖାଲି ପଡ଼ିଛି । ସେହିପରି ବାଲେଶ୍ୱରର ଟାଣୁଆ ବିଜେପି ନେତା ମଦନ ମୋହନ ଦତଙ୍କର ମଧ୍ୟ ଅକାଳ ବିୟୋଗ ଘଟିଥିବାରୁ ସେହି ବିଧାନସଭା ଆସନଟି ଖାଲି ପଡ଼ିଛି  । ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତିର୍ତୋଲ ସହ ବାଲେଶ୍ୱରକୁ କବଜା କରିବା ପାଇଁ ବିଜେଡ଼ି ରଣନୀତି କରିଥିବାବେଳେ ବାଲେଶ୍ୱରରେ ନିଜର ଟେକ ରଖିବା ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଦେଇଛି  । ଅପରପକ୍ଷରେ ଏହି ଦୁଇ ଆସନରେ କଂଗ୍ରେସ ପୂର୍ବ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲେ ମଧ୍ୟ କଡ଼ା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି  ।

    Maximum 500 characters

    ରାଜନୀତି View all

    Find Us on Facebook