Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଖୁବଶୀଘ୍ର ବାଲେଶ୍ୱର, ତିର୍ତ୍ତୋଲରେ ଉପନିର୍ବାଚନ

    Share on :
    ajab-Image
    Date: Jul 25, 2020    Views: 3196

    ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ୱର ସଦର ଓ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାନସଭା ସମେତ ଦେଶର ୫୬ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଖୁବ ଶୀଘ୍ର ଉପନିର୍ବାଚନ ହେବ । ଶୁକ୍ରବାର ଏ ନେଇ ନିର୍ବାଚନ କମିଶନଙ୍କ ବୈଠକରେ ନିଷ୍ପତ୍ତିହୋଇଛି ।

    ବାଲେଶ୍ୱର ଜିଲ୍ଲା ସଦର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ମଦନ ମୋହନ ଦତ୍ତ ଓ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଏହି ଦୁଇଟି ଆସନ ଖାଲି ପଡ଼ିଛି । ମଦନମୋହନ ବାଲେଶ୍ୱର ସଦର ବିଧାୟକ ଭାବେ ୨୦୧୯ ରେ ପ୍ରଥମ ଥର ନିର୍ବାଚିତ ହୋଇଥିଲେ । ଗତ ଜୁନ ୧୭ରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା । ସେହିପରି ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁଦାସଙ୍କର ଚଳିତ ମାସ ୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିଲା । ବିଷ୍ଣୁ ୬ ଥର ବିଧାୟକ ଏବଂ ଥରେ ସ୍ୱଳ୍ପ ସମୟ ପାଇଁ ସାଂସଦ ହୋଇଥିଲେ । ସେ ଜଗତସିଂହପୁରରୁ ୫ ଥର ଏବଂ ତିର୍ତ୍ତୋଲରୁ ଥରେ ବିଧାୟକ ହୋଇଥିଲେ । ଉପନିର୍ବାଚନ ପାଇଁ ଉଭୟ ସିଟରୁ ଲଢ଼ିବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସର ମାନସ ମନ୍ଥନ ଆରମ୍ଭ ହୋଇଯାଇଛି । ଦଳର ତୁଙ୍ଗ ନେତାମାନେ ଅଞ୍ଚଳକୁ ଗସ୍ତ କରି ବରିଷ୍ଠ ନେତାଙ୍କୁ ଅଲଗା ଅଲଗା ଭେଟି ଆଲୋଚନା କରିଛନ୍ତି । କାହାକୁ ଟିକେଟ ଦେଲେ ଦଳର ଜିତିବା ସମ୍ଭାବନା ଅଧିକ ରହିବ ତାହାକୁ ଗୁରୁତ୍ୱ ଦେଉଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook