Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବାଏ ବାଏ ଟିକଟକ, ହାଏ ଚିଙ୍ଗାରି!

    Share on :
    ajab-Image
    Date: Jun 30, 2020    Views: 3077

    ଭୁବନେଶ୍ୱରରୁ ହରପ୍ରିୟା ପୃଷ୍ଟି : ଟିକ ଟକ ବନ୍ଦ ତ କଣ ହେଲା? ଆମର ଚିଙ୍ଗାରି ଅଛି! ଏବେ ସେଥିରେ ଧୂଆଁ କରିବୁ । ଯେତେବେଳେ ଟିକଟକ ବ୍ୟାନକୁ ନେଇ ପ୍ରତିକ୍ରିୟା ମଗାଯାଇଥିଲା ଏପରି ମନ୍ତବ୍ୟ ଦେଇଥିଲେ ଦୀପ୍ତି ।

    ସୀମାନ୍ତରେ ଚୀନ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବାବେଳେ ଚୀନ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି ଭାରତ  ।  ଗତ କାଲି କେନ୍ଦ୍ର ସରକାର ଟିକଟକ ସମେତ ୫୯ଟି ଚାଇନା ଆପକୁ ଦେଶରେ ବ୍ୟାନ କାରିଛନ୍ତି ।  ଏହି ଆପସବୁ ବ୍ୟାନ ହେବା ପରେ  ଭାରତରେ ନିର୍ମିତ ଦେଶିଆପ ଚିଙ୍ଗାରି ଏବେ ଟିକଟକ ସ୍ଥାନ ନେବାରେ ଲାଗିଛି । 

    ବଡକଥା ହେଉଛି ଏହି ଚିଙ୍ଗାରି ଆପକୁ ଜଣେ ଓଡିଆ ପୁଅ ତଥା ଆଇଟିଇଆର କଲେଜର  ଛାତ୍ର ବିଶ୍ୱାତ୍ମା  ଓ ତାଙ୍କ ସାଥି ସିଦ୍ଧାର୍ଥ ବିକାଶ କରିଛନ୍ତି । ଏହା ଓଡ଼ିଶାପାଇଁ ଏକ ଗର୍ବ ଓ ଗୋ÷ରବର ବିଷୟ । ଟିକଟକ ବଦଳରେ ଏହି ଆପ ଭାରତର ଯୁବପିଢିଙ୍କ ମଧ୍ୟରେ ବହୁତ ଶୀଘ୍ର ଆଦୃତ ହେବାରେ ଲାଗିଛି  । ମାତ୍ର ୧୦ଦିନ ମଧ୍ୟରେ ୨୫ଲକ୍ଷରୁ ଅଧିକ ଲୋକ ଏହି ଆପକୁ ଡାଉନଲୋଡ କରିସାରିଲେଣି । 

    ଏହି ଆପ ଓଡ଼ିଆ ଭାଷା ସହିତ ୧୦ଟି ଭିନ୍ନ ଭିନ୍ନ ଆଂଚଳିକ ଭାଷାରେ ଉପଲବ୍ଧ  । ଖବର, ଗେମ ପରି ଏଥିରେ ଛୋଟ ଭିଡ଼ିଓ ସେୟାରିଂ ଭଳି ଅନେକ ବୈଶିଷ୍ଟ୍ୟ ରହିଛି ।  
    ଟିକଟକ କେବଳ ମନୋରଞ୍ଜନଧର୍ମୀ ହୋଇଥିବା ବେଳେ ଚିଙ୍ଗାରିରେ ବ୍ୟବହାରକାରୀ ତାଜା ନୁ୍ୟଜ ଦେଖିବା ସହିତ ଭଲଭଲ ଗେମ ମଧ୍ୟ ଖେଳି ପାରିବେ  । ପ୍ରତିଦିନ ଏହି ଆପର ବ୍ୟବହାରକାରୀ ବଢି ଚାଲିଛନ୍ତି । ଚାଇନା ଆପକୁ ବିରୋଧ କରିବା ସହ ସ୍ୱଦେଶରେ ପ୍ରସ୍ତୁତ ଆପକୁ ବ୍ୟବହାର କରିବାପାଇଁ ବର୍ତ୍ତମାନ ଯୁବପିଢି ଅଂଟା ଭିଡିଛନ୍ତି । ଏବେ ଚିଙ୍ଗାରି ଆପକୁ  ବ୍ୟବହାର କରିବା ସହ ଏହାର ପ୍ରଚାର ପ୍ରସାରରେ ମଧ୍ୟ ଯୁବପିଢି ଲାଗିଯାଇଛନ୍ତି । ଏପରିକି ଏହି ଆପକୁ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା  ଇନଷ୍ଟଲ କରିବା ସହ ଟ୍ୱିଟରରେ ଏହାର ପ୍ରଶଂସା ମଧ୍ୟ କରିଛନ୍ତି ।

    Maximum 500 characters

    ବିଶେଷ View all

    Find Us on Facebook