ମୁଖ୍ୟ ଖବର
ନୂଆଦିଲ୍ଲୀ: ଫେମ ଇଣ୍ଡିଆ-ଏସିଆ ପୋଷ୍ଟ ପକ୍ଷରୁ ବୁ୍ୟରୋକ୍ରାଟ (ବରିଷ୍ଠ ପ୍ରଶାସନିକ ଅଧିକାରୀ)ଙ୍କୁ ନେଇ ଏକ ୫୦ ଜଣିଆ ପ୍ରଭାବଶାଳୀ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ୧୯୮୭ ମସିହା ବ୍ୟାଚର ଉତ୍ତରପ୍ରଦେଶ କ୍ୟାଡର ଆଇଏଏସ ଅଧିକାରୀ ଦେବାଶିଷ ପଣ୍ଡା, ୧୯୮୭ ବ୍ୟାଚର ଆଇଏଏସ ତୁହିନକାନ୍ତ ପାଣ୍ଡେ ଏବଂ ୧୯୮୭ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ରାଜେଶ ବର୍ମା ସ୍ଥାନ ପାଇଛନ୍ତି । ଫେମ ଇଣ୍ଡିଆ-ଏସିଆ ପୋଷ୍ଟ ପତି୍ରକା ପକ୍ଷରୁ କରାଯାଇଥିବା ସର୍ଭେରେ ୨୦୨୦ ମସିହା ପାଇଁ ଦେଶର ୫୦ ଜଣ ପ୍ରଭାବଶାଳୀ ବୁ୍ୟରୋକ୍ରାଟଙ୍କୁ ଚୟନ କରାଯାଇଛି । ବର୍ତ୍ତମାନ ଦେଶର ସମୁଦାୟ ୫୨୦୦ ଜଣ ଆଇଏଏସ ଅଧିକାରୀ କାର୍ଯ୍ୟରତ ଅଛନ୍ତି । ତାଲିକାରେ ସ୍ଥାନିତ କରିବା ପାଇଁ ସେମାନଙ୍କ ପ୍ରଶାସନିକ ଦକ୍ଷତାକୁ ଏକ ସର୍ଭେ ମାଧ୍ୟମରେ ଆକଳନ କରାଯାଇଥିଲା । ତଦନୁଯାୟୀ ୫୦ ଜଣଙ୍କ ନାମ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ସ୍ଥାନ ପାଇଥିବା ୩ ଅଧିକାରୀଙ୍କ ମଧ୍ୟରେ ଦେବାଶିଷ ପଣ୍ଡା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ସେହିଭଳି ତୁହିନକାନ୍ତ ପାଣ୍ଡେ ନିବେଶ ଏବଂ ସାର୍ବଜନିକ ସମ୍ପତ୍ତି ପରିଚାଳନା ବିଭାଗ ସଚିବ ଓ ରାଜେଶ ବର୍ମା କର୍ପୋରେଟ ମନ୍ତ୍ରାଳୟର ସଚିବ ରୂପେ ଅବସ୍ଥାପିତ ଅଛନ୍ତି ।
Comments ସମସ୍ତ ମତାମତ