Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମିସ ଇଣ୍ଡିଆକୁ ବୋଲଡ଼ କଲେ ବୁମରା

    Share on :
    ajab-Image
    Date: Mar 10, 2021    Views: 4945

    କି୍ରକେଟରମାନେ ମଡେଲ କିମ୍ବା ଅଭିନେତ୍ରୀଙ୍କୁ ବିବାହ କରିବାର ଲମ୍ବା ତାଲିକା ରହିଛି । ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଏହି ତାଲିକାର ସବୁଠାରୁ ଚର୍ଚ୍ଚିତ ଯୋଡି କହିଲେ କୌଣସି ଭୁଲି ହେବ ନାହିଁ । ବୁମରା ଏବେ ଏହି ଧାରାରେ ସାମିଲ ହୋଇଛନ୍ତି । ସଞ୍ଜନା-ବୁମରା ବିବାହ ଖବର ପଦାକୁ ଆସିବା ପରେ କିନ୍ତୁ ଏହି ସଞ୍ଜନା କିଏ? ସେ ପ୍ରଶ୍ନ କି୍ରକେଟରପ୍ରେମୀଙ୍କ ମନରେ ଉଙ୍କି ମାରିବା ଆରମ୍ଭ କରିଛି । ସଞ୍ଜନା ହେଉଛନ୍ତି ଜଣେ ମଡେଲ । ୨୦୧୪ ରେ ମିସ ଇଣ୍ଡିଆ ମୁକୁଟ ଜିତିଥିଲେ । ସେ ମଧ୍ୟ ଏମଟିଭିର ଲୋକପି୍ରୟ ରିଆଲିଟି ସୋ’ସ୍ପ୍ଲିଟସଭିଲ୍ଲାରେ ଅଂଶଗ୍ରହଣ କରିଥିଲେ । ୨୦୧୨ ମସିହାରେ ସଞ୍ଜନା ଫେମିନା ଷ୍ଟାଇଲ ଡିଭା ଉପାଧି ଲାଭ କରିଥିଲେ । ଷ୍ଟାର ସ୍ପୋର୍ଟସ ପାଇଁ କାମ କରୁଥିବା ସଞ୍ଜନା କେବଳ କ୍ରିକେଟ ନୁହେଁ ବହୁ ବ୍ୟାଡମିଣ୍ଟନ ଓ ଫୁଟବଲଊ ପ୍ରତିଯୋଗିତାର ଉପସ୍ଥାପିକା କାର୍ଯ୍ୟକୁ ସଫଳତାର ସହ ତୁଲାଇଛନ୍ତି । ୨୦୧୯ କି୍ରକେଟ ବିଶ୍ୱକପରେ ମଧ୍ୟ ସେ ଭାରତୀୟ ଦଳ ପାଇଁ ଟିଭି ଉପସ୍ଥାପନା କରିଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook