Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବୁଲବୁଲକୁ ପ୍ରଶଂସା କଲେ କୋହଲି

    Share on :
    ajab-Image
    Date: Jun 29, 2020    Views: 2803

    ନୂଆଦିଲ୍ଲୀ: ଅନୁଷ୍କା ଶର୍ମାଙ୍କ ନୂଆ ନେଟଫ୍ଲିକ୍ସ ଚଳଚ୍ଚିତ୍ର ବୁଲବୁଲକୁ ପ୍ରସାର ପାଇଁ ତାଙ୍କ କି୍ରକେଟର ପତିଦେବ ବିରାଟ କୋହଲି ଏହାର ସମୀକ୍ଷା କରିଛନ୍ତି । ବୁଧବାର ମୁକ୍ତିଲାଭ କରିଥିବା ସିନେମାଟିକୁ ଉଚ୍ଚ ପ୍ରଶଂସା କରି କୋହଲି ଲେଖିଛନ୍ତି, ‘ଚମକ୍ରାର ଢ଼ଙ୍ଗରେ ଚଳଚ୍ଚିତ୍ରଟି ଗତିଶୀଳ ହୋଇଥିବାରୁ ଭଲ ଲାଗୁଛି, ଭାଇଭଉଣୀ ନିଅାଁ ଲଗାଇ ଦେଇଛନ୍ତି । ଏହାକୁ କେହି ଦେଖିବାକୁ ଭୁଲନ୍ତୁ ନାହିଁ ।’ ବୋଲି ଲେଖି କୋହଲି ମଧ୍ୟ ଚଳଚ୍ଚିତ୍ର ପୋଷ୍ଟରକୁ ନିଜ ଟ୍ୱିଟର ପୃଷ୍ଠାରେ ଛାଡ଼ିଛନ୍ତି । ସୂଚନା ଯୋଗ୍ୟ, ବୁଲବୁଲ ଚଳଚ୍ଚିତ୍ର ଅନଭିତା ଦତ୍ତଙ୍କ ନିଦେ୍ର୍ଧଶନାରେ ସମ୍ପନ୍ନ ହୋଇଛି । ତୃପ୍ତି ଦିମ୍ରୀ, ଅବିନାଶ ତିୱାରୀ ପ୍ରମୁଖ ଅଭିନୟ କରିଛନ୍ତି । ‘ପାତାଲ ଲୋକ’ର ସଫଳତା ପରେ ଅନୁଷ୍କା ଓ ତାଙ୍କ ଭାଇ କର୍ଣ୍ଣେଶଙ୍କ ଏହା ସଦ୍ୟତମ ସୃଷ୍ଟି । ବିରାଟ କୋହଲି ମଧ୍ୟ ସୋ’ଟି ସମ୍ପର୍କରେ ଆଉ ଦୁଇ ଧାଡ଼ି ଲେଖିଛନ୍ତି । ‘ପାତାଳ ଲୋକ ଦେଖିବା ପରେ ମୁଁ ଜାଣିପାରିଲି ଏହା କାହାଣୀ ରଚନା ଓ ଚମକ୍ରାର ଅଭିନୟର ଏକ ମାଷ୍ଟରସିପ୍ । ମୋ ପ୍ରେମୀ ଅନୁଷ୍କା ଏଭଳି ଏକ କାହାଣୀ ପ୍ରଯୋଜନା କରିଥିବାରୁ ଗର୍ବିତ, ଭାଇଜି କର୍ଣ୍ଣେସଙ୍କ ସହ ଏହି ଦଳ ବିଶ୍ୱାସ ଭରି ଦେଇଛି । ବଢ଼ିଆ କରିଛ ଭାଇ ।’

    Maximum 500 characters

    ବିଶେଷ View all

    Find Us on Facebook