Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସଚିନଙ୍କ ଆଉଟ ସମ୍ପର୍କରେ ଏହା କହିଲେ ବକନର

    Share on :
    ajab-Image
    Date: Jun 22, 2020    Views: 4045

    ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ଏହି ମହାନ ଆଇସିସି ପୂର୍ବତନ ଅମ୍ପାୟାର ଷ୍ଟିଭ ବକନର ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଦୁଇ ଥର ଭୁଲ ନିଷ୍ପତ୍ତି ଶୁଣାଇ ଆଉଟ ଦେଇଥିଲେ । ଏଭଳି ଏକ ଖୁଲାସା କରିଛନ୍ତି ନିଜେ ଷ୍ଟିଭ ବକନର । ସଚିନଙ୍କୁ ଦୁଇଥର ଭୁଲ ନିଷ୍ପତ୍ତି ଶୁଣାଇବା ନେଇ ମୁଁ ବହୁତ ଅନୁତପ୍ତ ବୋଲି ବକନର କହିଛନ୍ତି । ୨୦୦୩ରେ ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟରେ ଜାସନ ଗିଲେସ୍ପିଙ୍କ ବଲରେ ସଚିନଙ୍କୁ ଆଉଟ ନିଷ୍ପତ୍ତି ଶୁଣାଇଥିଲେ । ଗିଲେସ୍ପିଙ୍କ ଓଭର ଦି ୱିକେଟ ବଲରେ ସଚିନଙ୍କୁ ଏଲବିଡବ୍ଲୁ ଆଉଟ ଶୁଣାଇଥିଲେ । ଏଭଳି ଏକ ସମାନ ଘଟଣା ମଧ୍ୟ ୨୦୦୫ରେ ଇଡେନଗାଡେନ ଟେଷ୍ଟରେ ପାକିସ୍ତାନ ବିପକ୍ଷରେ ଘଟିଥିଲା । ଅବଦୁଲ ରଜାକଙ୍କ ଏକ ବଲ ସଚିନଙ୍କ ହାତରେ ବାଜିଥିବା ବେଳେ କ୍ୟାଚ ନିଷ୍ପତ୍ତି ଶୁଣାଇଥିଲି । ସଚିନଙ୍କୁ ଦୁଇଥର ଭୁଲ ନିଷ୍ପତ୍ତି ଶୁଣାଇଥିଲେ ମଧ୍ୟ ସଚିନଙ୍କ ଠାରୁ ଟିକିଏ ହେଲେ ପ୍ରତିବାଦ ଶୁଣିବାକୁ ମିଳିନଥିଲା । ସଚିନଙ୍କ ଏଭଳି ମହାନତା ଅନ୍ୟ କି୍ରକେଟରଙ୍କ ଠାରେ ଦେଖିବାକୁ ମିଳେନାହିଁ ବୋଲି ବକନର କହିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook