Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଆଗତ

    Share on :
    ajab-Image
    Date: Feb 22, 2021    Views: 3227

    ଭୁବନେଶ୍ୱର: ସୋମବାର ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ । କୋଭିଡ ମହାମାରୀ ପରେ ପ୍ରଥମ ଥର ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ  ଆଗତ କରିଛନ୍ତି ।  ମୋଟ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଆଗତ ହୋଇଛି ।  ନାଭା ଆପ ଜରିଆରେ ଚଳିତ ଥର ପେପରଲେସ ବଜେଟ ଆଗତ ହୋଇଛି ।  ଓଡ଼ିଶା ବଜେଟ ପାଇଁ ମୋବାଇଲ ଆପ ପ୍ରସ୍ତୁତ ହୋଇଛି । 

    ଏହି ଅବସରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ,  ମହାମାରୀ କରୋନା ଯୋଗୁଁ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।  ରାଜ୍ୟ ସରକାର କରୋନାର ସଫଳ ମୁକାବିଲା କରିଛନ୍ତି ।  କରୋନା ସତ୍ତ୍ୱେ ବହୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି ।  କୋଭିଡ ପରିଚାଳନାରେ ସରକାରଙ୍କୁ ସମସ୍ତେ ସହଯୋଗ କରିଛନ୍ତି ।  ସାଢେ ୪ କୋଟି ଓଡ଼ିଆଙ୍କ ନିକଟରେ ଆମେ କୃତଜ୍ଞ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତମ ଦୂରଦୃଷ୍ଟି ଯୋଗୁଁ କୋଭିଡ ନିୟନ୍ତ୍ରଣାଧୀନ ବୋଲି ଶ୍ରୀ ପୂଜାରୀ କହିଛନ୍ତି । ଏହାଛଡ଼ା ରାଜ୍ୟର କୋଭିଡ ପରିଚାଳନା ମଡେଲକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି ।  ମହାମାରୀ ସରିନଥିବାରୁ ଆମକୁ ସତର୍କ ରହିବାକୁ ପଡ଼ିବ । 

    Maximum 500 characters

    ତାଜା ଖବର View all

    Find Us on Facebook