Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଦ୍ରକ: ଜାଗରରୁ ଫେରୁଥିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ପୁରୀ: କନକଦୁର୍ଗା ହାଇସ୍କୁଲରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ

banner

ଅର୍ଥନୀତି

ମୁଖ୍ୟ ଖବର

    ମେନ୍ୟୁଫେକ୍‌ଚରିଂ ହବ୍ ପାଇଁ ୧୦୦ ଲକ୍ଷ କୋଟି ଟଙ୍କା

    Share on :
    ajab-Image
    Date: Feb 1, 2020    Views: 2489

    ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ୫ ପ୍ରତିଶତ ଅଭିବୃଦ୍ଧି ହାରର ସମ୍ଭାବନା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରର ଦ୍ୱିତୀୟ କାର୍ୟ୍ୟକାଳର ଦ୍ୱିତୀୟ ସାଧାରଣ ବଜେଟ୍ ଲୋକସଭାରେ ଉପସ୍ଥାପନ କରିଛନ୍ତି । ବଜେଟ୍ ଆରମ୍ଭରେ ନିର୍ମଳା ସୀତାରମଣ ସରକାରଙ୍କ ଉପଲବ୍ଧିକୁ ରଖିଥିଲେ । ୨୦୨୦ ବଜେଟ୍‌ରେ ମେନ୍ୟୁଫେକ୍‌ଚରିଂ ହବ୍ ଆଗାମୀ ୫ବର୍ଷ ପାଇଁ ୧୦୦ ଲକ୍ଷ କୋଟି ଟଙ୍କା ଟାର୍ଗେଟ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି ।

    ବଜେଟ୍ ଉପସ୍ଥାପନରେ ନିର୍ମଳା ସୀତାରମରଣ ଘୋଷଣା କରିଛନ୍ତି ଯେ,  ଇନଭେଷ୍ଟମେଣ୍ଟ କ୍ଲିୟରାନ୍ସ ସେଲ ଗଠନ ହେବ । ଯାହା ଜରିଆରେ ପୁଞ୍ଚି ନିବେଶ କରୁଥିବା ବ୍ୟକ୍ତିଙ୍କୁ ସୁବିଧା ମିଳିବ । ଇଲେକ୍ଟ୍ରୋନିକ ମେନ୍ୟୁଫେକ୍‌ଚରିଂ ଇଣ୍ଡଷ୍ଟ୍ରି ପାଇଁ ସରକାର ନୂଆ ସ୍କିମ ଘୋଷଣା କରିଛନ୍ତି । ଏଥିରେ ମୋବାଇଲ, ଇଲେକ୍ଟ୍ରୋନିକ ମେନୁଫେକ୍‌ଚରକୁ ଗୁରୁତ୍ୱ ଦିଆଯିବ । ପ୍ରତି ଜିଲ୍ଲାରେ ଏକ୍ସପୋର୍ଟ ହବ ପାଇଁ ଯୋଜନା ଚାଲିବ । ଏଥିରେ ନିର୍ଭିକ ଯୋଜନା ଜରିଆରେ ଲୋକଙ୍କୁ ଋଣ ପ୍ରଦାନ କରାଯିବ । ଆଗାମୀ ପାଞ୍ଚ ବର୍ଷରେ ୧୦୦ ଲକ୍ଷ କୋଟି ଟଙ୍କା ନିବେଶ କରାଯିବାକୁ ଟାର୍ଗେଟ ରଖାଯାଇଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook