Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ଅର୍ଥନୀତି

ମୁଖ୍ୟ ଖବର

    ଶିକ୍ଷା କ୍ଷେତ୍ରରେ କ’ଣ ଘୋଷଣା ହୋଇଛି ଜାଣନ୍ତୁ

    Share on :
    ajab-Image
    Date: Feb 1, 2020    Views: 2974

    ନୂଆଦିଲ୍ଲୀ :  ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବଜେଟ ତଥା ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଗତ କରୁଛନ୍ତି । ଅର୍ଥମନ୍ତ୍ରୀଭାବେ ନିର୍ମଳା ସୀତାରମଣଙ୍କ ଏହା ହେଉଛି ଦ୍ୱିତୀୟ ବଜେଟ । ଶିକ୍ଷା ଉପରେ ମଧ୍ୟ ବିଶେଷ ଦୃଷ୍ଟି ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ସରକାର ଖୁବଶୀଘ୍ର ଏକ ନୂଆ ଶିକ୍ଷାନୀତି ଆଣିବେ । ନୂଆ ଶିକ୍ଷାନୀତି ପାଇଁ ସାରାଦେଶରୁ ପ୍ରାୟ ୨ ଲକ୍ଷ ପ୍ରସ୍ତାବ ଓ ମତାମତ ଆସିଥିବା ସେ କହିଛନ୍ତି ।

    ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୯୯,୩୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ସହିତ ଦକ୍ଷତା ବିକାଶ ପାଇଁ ୩ ହଜାର କୋଟି ଟଙ୍କା ରଖାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶର ଶିକ୍ଷା ଓ ତାଲିମ କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବାକୁ ଏ କ୍ଷେତ୍ର ପାଇଁ ବିଦେଶୀ ପୁଞ୍ଜି ନିବେଶ ଆକୃଷ୍ଟ କରାଯିବ । ସେହିପରି ଜାତୀୟ ପୁଲିସ ବିଶ୍ୱବିଦ୍ୟାଳୟ ଓ ଜାତୀୟ ଫୋରେନସିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଛି । ଡାକ୍ତର ନିଅଣ୍ଟର ମୁକାବିଲା କରିବା ପାଇଁ ପିପିପି ମୋଡରେ ମେଡିକାଲ କଲେଜ ସହ ଜିଲ୍ଲା ହସପିଟାଲଗୁଡ଼ିକୁ ସଂଯୋଗ କରାଯିବ । ସେହିପରି ଯୁବ ଇଂଜିନିୟରମାନଙ୍କୁ ପୌରସଂସ୍ଥାଗୁଡ଼ିକରେ ଇଣ୍ଟର୍ଣ୍ଣସିପ ସୁଯୋଗ ପ୍ରଦାନ କରିବା ପାଇଁ ଏକ କାର୍ୟ୍ୟକ୍ରମ ଆରମ୍ଭ କରାଯିବ ।

    Maximum 500 characters

    ଅର୍ଥନୀତି View all

    Find Us on Facebook